ମଙ୍ଗଳରେ ବିଶାଳ ସମୁଦ୍ର ! ୩୦୦ କୋଟି ବର୍ଷ ତଳେ ବହୁଥିଲା ନଦୀ, ଏବେବି ଥାଇପାରନ୍ତି ଏଲିଅନ୍ସ

NEWS7
ganja-seized-in-two-place-of-boudh

ନୂଆଦିଲ୍ଲୀ,୯|୦୧ : ମଙ୍ଗଳ ଗ୍ରହରେ ସମୁଦ୍ର । ଶୁଣିବାକୁ କଥାଟି ଅଜବ ଲାଗୁଥାଇପାରେ । କିନ୍ତୁ ଏମିତି କିଛି ପ୍ରମାଣ ପାଇଛନ୍ତି ବୈଜ୍ଞାନିକ । ଅନେକ ସମୟରେ ଜୀବସତ୍ତା ରହିଥିବା ନେଇ ଆଶଙ୍କା ଲାଗି ରହୁଥିବାନାଲିଗ୍ରହ ମଙ୍ଗଳରେ ରହିଥିଲା ସମୁଦ୍ର । ଯାହା ବାବଦରେ ପ୍ରମାଣ ପାଇଛନ୍ତି ସ୍ୱିଜରଲାଣ୍ଡର ବୈଜ୍ଞାନିକ । ପୂର୍ବରୁମଙ୍ଗଳମଧ୍ୟ ପୃଥିବୀ ଭଳି ନୀଳଗ୍ରହ ଥିଲା ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ।

ରିପୋର୍ଟ ଅନୁସାରେ, ସ୍ୱିଜରଲାଣ୍ଡର ବର୍ନରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓଲୋଜିକାଲ ସାଇନ୍ସ ଆଣ୍ଡ୍ ଫିଜିକ୍ସ ଇନଷ୍ଟିଚ୍ୟୁଟର ପ୍ରଫେସର ଫ୍ରିଟଜ୍ ସ୍କୁନେଗର ଏବଂ ପିଏଚଡି ଛାତ୍ର ଇଗନେସିୟସ ଆର୍ଗାଦେସ୍ତୟା ଚହ୍ନକୁ ନେଇ ଗବେଷଣା କରୁଥିଲେ । ଉଭୟଙ୍କ କହିବାନୁସାରେ, ଦୀର୍ଘ ବର୍ଷ ତଳେ ମଙ୍ଗଳ ଗ୍ରହରେ ସମୁଦ୍ର ଥିଲା । ଯାହାର ଆକାର ଉତ୍ତର ମହାସାଗର ଭଳି । କେବଳ ଏତିକି ନୁହେଁ ଏଠାରେ ଅନେକ ନଦୀ ମଧ୍ୟ ପ୍ରବାହିତ ହେଉଥିଲା ।

ବୈଜ୍ଞାନିକଙ୍କ କହିବାନୁସାରେ, ମଙ୍ଗଳର ବିଷୁବ ରେଖା ନିକଟରେ ସମୁଦ୍ର ଥିବା ନେଇ ପ୍ରମାଣ ମିଳିଛି । ଅନେକ କ୍ୟାମେରାରେ ଏହାର ଫଟୋ ଉଠିଛି । ତେବେ ଏହି ସମୁଦ୍ର ଏବେ ଆଉ ନାହିଁ ।୩୦୦କୋଟି ବର୍ଷ ତଳେ ଏଠାରେ ନଦୀ ରହିଥିଲା । ଯାହାର ଜଳ ସମୁଦ୍ରରେ ମିଶୁଥିଲା ।ଆହୁରି ମଧ୍ୟ ପୃଥିବୀ ଭଳି ମଙ୍ଗଳରେ ଅନେକ ତ୍ରିକୋଣଭୂମି ଠାବ ହୋଇଛି ।

ବୈଜ୍ଞାନିକଙ୍କ ଟିମ୍ କହିଛି ଯେ, ଆଗରୁ ମଧ୍ୟ ମଙ୍ଗଳରେ ଜଳ ଥିବା ନେଇ ପ୍ରମାଣ ମିଳିଛି । କିନ୍ତୁ ଏବେ ଅନେକ ସାଟେଲାଇଟ୍ ଦ୍ୱାରା ଉଠାଯାଇଥିବା ଫଟୋ ସମସ୍ତ ଦାବିକୁ ସ୍ପଷ୍ଟ କରିଛି । ନାଲି ଗ୍ରହରେ ମିଳିଥିବା ସମୁଦ୍ର ତଟ, ବେଳାଭୂମିର ଫଟୋକୁ ସଠିକ୍ ଭାବେ ଗବେଷଣା କରାଯାଇଥିଲା । ଏବେ ସେହି ସବୁ ଜାଗାରେ ଧୂଳିକଣା ଜମିଯାଇଛି । କିନ୍ତୁ ପୂର୍ବରୁ ଥିବା ସମୁଦ୍ର ବାବଦରେ ଏବେବି ତଥ୍ୟ ମିଳୁଛି ।

ମଙ୍ଗଳରେ ଥିଲା କି ଜୀବନ ?

ବୈଜ୍ଞାନିକଙ୍କ କହିବାନୁସାରେ, ପୂର୍ବରୁ ମଙ୍ଗଳରେ ଜୀବସତ୍ତା ରହିଥିଲା । ଏବେ ମଙ୍ଗଳ ହେଉଛିଏକ ଶୁଖିଲା ଗ୍ରହ । ପୂର୍ବରୁ ଏହା ନୀଳଗ୍ରହ ଥିଲା । ପୃଥିବୀ ଭଳି ସେଠାରେ ସମସ୍ତ ସୁବିଧା ରହିଥିଲା । ସାଟେଲାଇଟ୍ ଫଟୋରେ ନଦୀର ମୂହାଣ ବାବଦରେ ସ୍ପଷ୍ଟ ଚିତ୍ର ମିଳୁଛି । ଯାହା ଆଗାମୀ ଦିନରେ ଆହୁରି ଅନେକ କିଛି ତଥ୍ୟ ଦେବ । ଏନେଇ ଆଗକୁ ଗବେଷଣାକୁ ଜୋରଦାର କରାଯିବ ବୋଲି ସ୍ୱିଜରଲ୍ୟାଣ୍ଡର ବୈ୫ାନିକ କହିଛନ୍ତି ।