LIVE TV

ଆରମ୍ଭ ହେଲା ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା, ଅନୁପ୍ରବେଶକାରୀଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ

NEWS7
ganesh-puja-not-celebrate-due-to-corona

ଭୁବନେଶ୍ବର ୧୮୧୧ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେଲା । ଏହା ଆଗକୁ ଜୋରଦାର ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି,ସେ ଅନୁପ୍ରବେଶକାରୀ ଅବା ଆଉ କିଏ ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ରହିବ । ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛିସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର,ଏହି ପ୍ରକ୍ରିୟା ଆଗକୁ ଯିବ। ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ । ଏହା ସହିତ ସେମାନଙ୍କୁ ଡିପୋଟ୍ ମଧ୍ୟ କରାଯିବଏ ନେଇ ନିଷ୍ପତି ମଧ୍ୟ ହୋଇଛି । ସରକାର ଏନେଇ ସବୁ ବ୍ୟବସ୍ଥାଗ୍ରହଣ କରିବେ । ଏ ବାବଦରେ କେନ୍ଦ୍ର ସରକାରର ଯାହା ଭୂମିକା ରାଜ୍ୟ ସରକାରଙ୍କର ମଧ୍ୟ ସମାନ ଭୂମିକା ରହିଛି 

ରାଜ୍ୟ ସରକାର ସବୁବେଳେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ଡ଼ିଶାବାସୀଙ୍କୁ ଆହୁରି ସୁରକ୍ଷିତ ରଖିବାକୁ ସରକାର ବ୍ୟବସ୍ଥାଗ୍ରହଣ କରୁଛନ୍ତି । ସେଥିପାଇଁ ଅନୁପ୍ରବେଶକାରୀଉଗ୍ରବାଦୀ ଆସିବାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଉଛି । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତିସେ ଅନୁପ୍ରବେଶକାରୀ ଅବା ଆଉ କିଏ ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ।

ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି । କୋଷ୍ଟଗାର୍ଡକୁ ନିରୀକ୍ଷଣ କରୁଛି । ଡ଼ିଶାର ତଟ ସମ୍ପୂର୍ଣ୍ଣ ସୁରକ୍ଷିତ । ତାହା ସତ୍ତ୍ବେ ଅନୁପ୍ରବେଶ କରିଛନ୍ତିସେମାନଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ବ୍ୟବସ୍ଥା ସରକାର ହାତକୁ ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।