ପରଲୋକରେ ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବ, ୬୭ ବୟସରେ ବୁଜିଲେ ଆଖି

Published By : Prameya-News7 Bureau | June 16, 2025 IST

ପୁରୀ ୧୬।୦୬ : ଗଜପତି ମହାରାଜାଙ୍କ ସାନଭାଇଙ୍କ ପରଲୋକ। ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ହୋଇଯାଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ରଣାର୍ଣ୍ଣବ ଦେବଙ୍କୁ ୬୭ ବର୍ଷ ବୟସ ହୋଇଥିଲା । 

ଖବର ଅନୁଯାୟୀ, ଅସୁସ୍ଥତା କାରଣରୁ ଏକ ଘରୋଇ ହସ୍ପଟିଲାରେ ଭର୍ତ୍ତି ହୋଇଥିଲେ ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବ । ଶେଷରେ ରବିବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରଣାର୍ଣ୍ଣବ ଦେବ । ମୃତ୍ୟୁବେଳକୁ ରଣାର୍ଣ୍ଣବ ଦେବଙ୍କୁ ୬୭ ବର୍ଷ ହୋଇଥିଲା । ପରେ ରାଜକୀୟ ପରମ୍ପରା ଅନୁଯାୟୀ କରାଯିବ ଶେଷକୃତ୍ୟ ସମ୍ପନ୍ନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.