ପୁରୀ ୦୩/୦୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ଗଲେ ଗଜପତି ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି । ଏଏସ୍ଆଇ ସୂପରିଟେଣ୍ଡେଣ୍ଟ ଡି,ବି ଗଡ଼ନାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ ମଧ୍ୟ ରହିଛନ୍ତି ।
ରତ୍ନ ଭଣ୍ଡାର ମରାମତି କାମ କେତେ ଅଗ୍ରସର ହେଲାଣି ସେନେଇ ସମୀକ୍ଷା କରିବେ । ଶ୍ରୀଗୁଣ୍ଡିଚା ପର ଦିନ ଠାରୁ ରତ୍ନ ଭଣ୍ଡାରର ଆନୁସଙ୍ଗିକ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାୟ ୫୦ ଘଣ୍ଟାର କାର୍ଯ୍ୟ ବାକି ରହିଥିଲା ବୋଲି ପୂର୍ବରୁ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ । ତେବେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପୂର୍ବରୁ ଜୁଲାଇ ୬ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବାକୁ ଲକ୍ଷ ରହିଛି ।