LIVE TV

ସିଙ୍ଗାପୁରରେ ଗାୟକଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା, ସିଏମ୍ ହିମନ୍ତ ବିଶ୍ୱ ଶର୍ମା କହିଲେ ଏମିତି

NEWS7
gajapati-districts-to-remain-alert-for-possible-flood

ନୂଆଦିଲ୍ଲୀ ୨୫/୧୧: ଆସାମର ପ୍ରଖ୍ୟାତ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଏବେ ଆସାମରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାରି ଭିତରେ ଖୁଲାସା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ସେ କହିଛନ୍ତି ଜୁବିନଙ୍କ ମୃତ୍ୟୁ ହୋଇନି ତାଙ୍କୁ ହତ୍ୟା କରାଯାଇଛି । ଆଉ ଏହି ଘଟଣାରେ ଯେ କେହି ବି ଦାୟୀ ଥିବେ ସେମାନେ ଆଇନ ହାତରୁ ଖସିଯିବେ ନାହିଁ।

ପ୍ରାରମ୍ଭରେ, ସିଙ୍ଗାପୁର ପ୍ରଶାସନ ଏହାକୁ ଏକ ପ୍ରାକୃତିକ ଦୁର୍ଘଟଣା ଭାବରେ ବର୍ଣ୍ଣନା କରିଥିଲା । ସରକାରୀ ପୋଷ୍ଟମର୍ଟମ ରିପୋର୍ଟରେ ବୁଡ଼ି ମୃତ୍ୟୁ ହୋଇଥିବା କାରଣ ସ୍ପଷ୍ଟ ହୋଇଥିଲା । ତଥାପି, ଆସାମ ସରକାର ଏହାକୁ ଏକ ହତ୍ୟାକାଣ୍ଡ ବୋଲି ବିଚାର କରି ଏବେ ତଦନ୍ତ ଆରମ୍ଭ କରିଛି।ଆସାମ ବିଧାନସଭାରେ ଭାଷଣ ଦେଇ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତ ପରେ ଆସାମ ପୋଲିସ ନିଶ୍ଚିତ ଯେ ଏହା ଏକ ଦୋଷୀ ହତ୍ୟା ମାମଲା ନୁହେଁ । ବରଂ ଏକ ସରଳ ହତ୍ୟା।

ସିଏମ୍ ଶର୍ମା ଦାବି କରିଛନ୍ତି, "ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଗର୍ଗଙ୍କୁ ହତ୍ୟା କରିଛି । ଅନ୍ୟମାନେ ତାଙ୍କୁ ସହାୟତା କରିଛନ୍ତି। ହତ୍ୟା ମାମଲାରେ ଚାରିରୁ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି।ଆସାମ ଓ ଉତ୍ତର-ପୂର୍ବ ଭାରତର ସ୍ୱର ଭାବରେ ବିବେଚିତ ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଏକ ଗମ୍ଭୀର ରହସ୍ୟ ହୋଇ ରହିଛି । ଜୁବିନ୍ ଗର୍ଗଙ୍କ ମୃତ୍ୟୁ ସେପ୍ଟେମ୍ବର ୧୯ରେ ସିଙ୍ଗାପୁରରେ ହୋଇଥିଲା।