Live Live
LIVE

T20 World Cup 2026: ଫାଇନାଲ ଫାଇଟ୍‌ରେ ନ୍ୟୁଜିଲାଣ୍ଡକୁ ୨୫୬ ରନର ବିଶାଳ ଟାର୍ଗେଟ୍; ଅଭିଷେକ, ସଞ୍ଜୁ ଓ ଇଶାନଙ୍କ ଅର୍ଦ୍ଧଶତକ

NEWS7
from-bumrah-to-cummins-these-players-may-be-ruled-out-of-the-opening-matches-of-ipl-18--

ଅହମଦାବାଦ: ବିଶ୍ୱକପ୍ ଫାଇନାଲ ଫାଇଟ୍ରେ ଟିମ୍ ଇଣ୍ଡିଆର ସୁପର ଶୋ । ଅଭିଷେକ ଶର୍ମା, ସୁଞ୍ଜୁ ସାମସନ, ଇଶାନ କିଶନ ଓ ଶିବମ ଦୁବେ କିୱି ବୋଲରଙ୍କୁ ଜବରଦସ୍ତ ଧୁଲେଇ କରି ୨୫୫ ରନର ବିଶାଳ ସ୍କୋର ଛିଡ଼ା କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ପ୍ରତିପକ୍ଷ ଉପରେ ବିଶାଳ ସ୍କୋର ଚାପ ରହିବା ସହିତ ମ୍ୟାଚ୍ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୫୬ ରନ କରିବାକୁ ପଡ଼ିବ। ଆଜିର ମ୍ୟାଚ୍ରେ ଭାରତ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୮୯ ରନ୍ କରିଥିବା ବେଳେ ଅଭିଷେକ ଶର୍ମା ୫୨ ଇଶାନ କିଶନ ୫୪ ରନ୍ ଓ ଶିବମ ଦୁବେ ୮ ବଲ୍ରେ ବିସ୍ଫୋରକ ୨୬ ରନ୍ କରିଛନ୍ତି। ଫଳରେ ଭାରତ ୫ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୫୫ ରନ୍ କରିଛି।

ଆଜିର ମ୍ୟାଚ୍‌ରେ କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ଟସ୍‌ ହାରିବା ପରେ ବି ତାଙ୍କ ମନବଳ ମଜଭୁତ ରହିଥିଲା। ଅନ୍ୟପଟେ ନ୍ୟୁଜିଲାଣ୍ଡ ଫାଇନାଲ ଫାଇଟ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବିସ୍ଫୋରକ ଷ୍ଟାର୍ଟ ଦେଇଥିଲା। ସବୁଠାରୁ ବଡ଼ କଥା ହେଲା ଲଗାତର ଫ୍ଲପ ଶୋ ଦେଖାଇ ଆସୁଥିବା ଅଭିଷେକ ଶର୍ମା ଧୂଆଁଦାର ବ୍ୟାଟିଂ କରିଥିଲେ। ସେ ମାତ୍ର ୨୧ ବଲ୍‌ରେ ୫୨ ରନ୍‌ ଇନିଂସ ଖେଳିଥିଲେ। ସେପଟେ  ବିଶ୍ୱକପ୍‌ରେ ସଂକଟ ମୋଚନ ସାଜିଥିବା ସଞ୍ଜୁ ସାସମନ ଫାଇନାଲ ଫାଇଟ୍‌ରେ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ବୁଲେଟ୍ ଟ୍ରେନ୍ ଗତିର ପ୍ରହାର କରିଥିଲେ। ଦୁଇ ଓପନର ମିଶ ବଲ୍‌କୁ ହାୱାରେ ଉଡ଼ାଇଥିଲେ।

ଚତୁର୍ଥ ଓଭର ବୋଲିଂ କରିବାକୁ ଆସିଥିବା ଲକି ଫର୍ଗୁସନଙ୍କ ଓଭରରେ ଦୁହେଁ ମିଶି ୨୪ ରନ ସଂଗ୍ରହ କରିଥିଲେ। ଫଳରେ  ଭାରତ ଚତୁର୍ଥ ଓଭରେ ହିଁ ୫୦ ରନ୍ ଅତିକ୍ରମ କରିଥିଲା। ଏହାପରେ ଅଭିଷେକ କିୱି ବୋଲରଙ୍କ ଉପରେ କଡ଼ା ପ୍ରହାର କରି ମାତ୍ର ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ୬ ଓଭର ପରେ ଭାରତର ସ୍କୋର ୯୨ ହୋଇଯାଇଥିଲା। ତେବେ ଅଷ୍ଟମ ଓଭରରେ ଅଭିଷେକ ଶର୍ମା ରଚିନ ରବିନ୍ଦ୍ରଙ୍କ ବଲରେ ଆଉଟ ହେବା ପରେ ଟିମ୍ ଇଣ୍ଡିଆର ପ୍ରଥମ ବିପର୍ଯ୍ୟୟ ଘଟିଥିଲା। ଅଭିଷେକ ଶର୍ମା ୨୧ ବଲରେ ୫୨ ରନ କରି ପାଭିଲିୟନ ଫେରିଥିଲେ।

କିନ୍ତୁ ଟିମ୍ ଇଣ୍ଡିଆ ୮ମ ଓଭରରେ ୧୦୦ ରନ ଅତିକ୍ରମ କରିଥିଲେ। ଏହି ସମୟରେ, ସଞ୍ଜୁ ସାମସନ ୧୧ତମ ଓଭରରେ ତାଙ୍କର ପଚାଶ ପୂରଣ କରିଥିଲେ। ସଞ୍ଜୁ ମାତ୍ର ୩୩ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବିଶ୍ୱକପରେ ତାଙ୍କର କ୍ରମାଗତ ତୃତୀୟ ଅର୍ଦ୍ଧଶତକ ଥିଲା। ଅଭିଷେକଙ୍କ ଆଉଟ୍ ହେବା ପରେ ଇଶାନ କିଶନ ବି ଆସୁ ଆସୁ ଛକା ଚୌକା ବର୍ଷା କରିଥିଲେ। ଫଳରେ ଟିମ୍ ଇଣ୍ଡିଆ ୧୫ତମ ଓଭରରେ ୨୦୦ ରନ ଅତିକ୍ରମ କରିଥିଲା। ଇଶାନ ମଧ୍ୟ ଓଭରରେ ୨୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ୧୬ ତମ ଓଭରରେ ସଞ୍ଜୁ ୪୬ ବଲ୍‌ରେ ୮୯ ରନ କରି ଆଉଟ ହେବା ପରେ ଟିମ୍ ଇଣ୍ଡିଆକୁ ଦ୍ୱିତୀୟ ୱିକେଟ ହରାଇଥିଲା।

୧୬ ତମ ଓଭର ବୋଲିଂ କରିବାକୁ ଆସିଥିବା ଜେମ୍ସ ନୀଶାମ ଟିମ୍ ଇଣ୍ଡିଆର ରନ୍ ଗତିରେ ବ୍ରେକ୍ ଲଗାଇଥିଲେ। କାରଣ ତାଙ୍କର ଏହି ଓଭରେ ଟିମ୍ ଇଣ୍ଡିଆ ସଞ୍ଜୁଙ୍କ ସମେତ ଇଶାନ କିଶନ ଓ ସୂର୍ଯ୍ୟ କୁମାର ଯାଦବଙ୍କ ୱିକେଟ୍ ହରାଇଥିଲା। ଇଶାନ ୫୪ ରନ କରି ନିଶାମଙ୍କ ଶିକାର ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଖାତା ନଖୋଲି ସେହି ଓଭରରେ ଆଉଟ୍ ହୋଇଯାଇଥିଲେ। ୧୬ ଓଭର ପରେ ଭାରତ ସେତେବେଳେ ଭାରତର ସ୍ଥିତି ୨୦୪/୪ ରହିଥିଲା। କିନ୍ତୁ ତା’ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ଦାୟିତ୍ୱ ରନ୍ ଗତି ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ।

ହେଲେ ଏଥର ହାର୍ଦ୍ଦିକ ଭଲ ପ୍ରଦର୍ଶନ କରିପାରି ନଥିଲେ। ୧୯ତମ ଓଭରରେ ତାଙ୍କ ୱିକେଟ ଯାଇଥିଲା। ହାର୍ଦ୍ଦିକ ୧୩ ବଲ୍‌ ଖେଳି ମାତ୍ର ୧୮ ରନ କରିଥିଲେ। ସେତେବେଳେ ଭାରତ ୨୨୬/୫ ରନ୍ କରିଥିଲା। କିନ୍ତୁ ଶିବମ୍ ଦୁବେ ଶେଷ ଓଭରରେ ନିଶାମଙ୍କୁ ପ୍ରହାର କରିଥିଲେ। ଶେଷ ଓଭରରେ ଦୁବେ ୨୪ ରନ୍ କରିଥିଲେ। ଦୁବେ ମାତ୍ର ୮ ବଲରେ ୨୬ ରନର ଯୋଗାଦାନ ଦେଇଥିଲେ। ଯାହା ଭାରତକୁ ନ୍ୟୁଜିଲାଣ୍ଡ ପାଇଁ ୨୫୬ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲା। ଭାରତୀୟ ବ୍ୟାଟରମାନେ ଶେଷ ପାଞ୍ଚ ଓଭରରେ ୫୨ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଜେମ୍ସ ନୀଶାମ ସର୍ବାଧିକ ୩ଟି ମୂଲ୍ୟବାନ ୱିକେଟ୍ ନେଇଥିବା ବେଳେ ମ୍ୟାଟ୍ ହେନରି ଓ ରଚିନ ରବିନ୍ଦ୍ର ଗୋଟିଏ ଲେଖାଏ ୱିକେଟ ନେଇଥିଲେ। 

​​​​​​​