ସାଙ୍ଗ ମାନଙ୍କ ସହ ଶୌଚ ହେବାକୁ ଯାଇଥିଲେ, ପିଟିପିଟି ମାରିଦେଲେ ସାଙ୍ଗ

Published By : Prameya-News7 Bureau | June 15, 2025 IST

ପାଟଣାଗଡ଼ ୧୫।୬: ସାଙ୍ଗକୁ ପିଟିପିଟି ମାରିଦେଲେ ସାଙ୍ଗ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଦେଦର୍ହ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ତଦନ୍ତ ଜାରି ରଖିଛି । 

ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ଥାନା ଦେଦର୍ହ ଗାଁ ଭିକାରୀ ପଧାନଙ୍କ ପୁଅ ଅଜୟ ପଧାନ ଶନିବାର ବିଳମ୍ବିତ ରାତିରେ ସାଙ୍ଗମାନଙ୍କ ସହିତ ନିକଟରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ସେହି ସମୟରେ କୌଣସି କାରଣରୁ ବଚସା ହୋଇ ଅନ୍ୟ ଦୁଇ ଜଣ ସାଙ୍ଗ ଅଜୟଙ୍କୁ ପିଟିପିଟି ମାରିଦେଇଥିବା ଭିକାରୀ ପଧାନ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ । ଭିକାରି ପଧାନଙ୍କ ଅଭିଯୋଗ ଆଧାରରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରି ଅଜୟର ଦୁଇ ଜଣ ସାଙ୍ଗକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ପୋଲିସ ।

You Can Read:

ମୁକୁନ୍ଦୁପୁର ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.