News7 Logo

ପ୍ରଥମେ ପୁରୁଷ ଥିଲେ ଫ୍ରାନ୍ସର ପ୍ରଥମ ଲେଡି ବ୍ରିଜିଟ୍ ? ଆମେରିକୀୟ ଇନଫ୍ଲୁଏନ୍ସରଙ୍କ ଦାବିରେ ଚର୍ଚ୍ଚା ଜୋର

NEWS7
French President's wife Brigitte Macron

ନୂଆଦିଲ୍ଲୀ – ଫ୍ରାନ୍ସର ପ୍ରଥମ ଲେଡି ବ୍ରିଜିଟ୍ ମାକ୍ରୋନ୍ କଣ ପୁରୁଷ ଭାବେ ଜନ୍ମ ହୋଇଥିଲେ ? ଏବେ ଏହି ମାମଲା ଇଣ୍ଟରନ୍ୟାସନାଲ ଚର୍ଚ୍ଚାରେ ରହିଛି ଏବଂ ମାକ୍ରୋନ୍ ଦମ୍ପତି ଏହାକୁ ମାନହାନି ଦର୍ଶାଇ ଆଇନଗତ ଲଢେଇ ଆରମ୍ଭ କରିଦେଇଛନ୍ତି। ବାସ୍ତବ କଥା ହେଲା , ଆମେରିକାର ରାଇଟ୍ -ୱଙ୍ଗ୍ ପଡକାଷ୍ଟର କ୍ୟାଣ୍ଡେସ୍ ଓଭନ୍ସ ଦାବି କରିଥିଲେ ଯେ , ବ୍ରିଜିଟ୍ଙ୍କର ଜନ୍ମ ପୁରୁଷ ଭାବେ ହୋଇଥିଲା। ଏହି ମିଛ ଦାବି ବିରୋଧରେ ଏବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଓ ତାଙ୍କର ପତ୍ନୀ ବ୍ରିଜିଟ୍ ଆମେରିକୀୟ କୋର୍ଟରେ ନିଜର ପକ୍ଷରେ ବୈଜ୍ଞାନିକ ଓ ଫଟୋଗ୍ରାଫିକ୍ ପ୍ରମାଣ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ତାଙ୍କର ଲକ୍ଷ୍ୟ ହେଉଛି ଏହା ପ୍ରମାଣ କରିବାକୁ ଯେ, ଫ୍ରାନ୍ସର ପ୍ରଥମ ଲେଡି ଜଣେ ମହିଳା। ଏହି ମାନହାନି ମୋକଦ୍ଦମାରେ, ବ୍ରିଜିଟ୍ ମାକ୍ରୋନ୍ କହିଥିଲେ ଯେ, ଏପରି ଅଭିଯୋଗ ତାଙ୍କୁ ଖୁବ୍ ଆଘାତ ଦେଇଛି ଏବଂ ରାଷ୍ଟ୍ରପତି ମାକ୍ରୋନ୍ଙ୍କ ପାଇଁ ଦୁଃଖ ଓ ବିଭ୍ରାନ୍ତିର କଥା। ତାଙ୍କ ଓକିଲ, ଟମ୍ କ୍ଲେୟାର କହିଛନ୍ତି ଯେ, ଯେତେବେଳେ କାହାର ପରିବାର ଏପରି ମିଥ୍ୟା ଅଭିଯୋଗରେ ଘେରି ରହିଥାଏ, ସେତେବେଳେ ଏହା ଯେକୌଣସି ବ୍ୟକ୍ତି ପାଇଁ ମାନସିକ ଭାବେ କଷ୍ଟକର ହୋଇଥାଏ , ଯଦିଓ ସେ ଦେଶର ରାଷ୍ଟ୍ରପତି ହୋଇଥାନ୍ତି ନା କାହିଁକି। ବିବିସିର "ଫେମ୍ ଅଣ୍ଡର ଫାୟାର" ପଡକାଷ୍ଟରେ କଥାବାର୍ତ୍ତା କରି, ମାକ୍ରୋନ୍ ପରିବାରର ଓକିଲ, ଟମ୍ କ୍ଲେୟାର କହିଛନ୍ତି, "ମୁଁ ଏହା କହିବାକୁ ଚାହୁଁନାହିଁ ଯେ ଏହା ତାଙ୍କୁ ବିଭ୍ରାନ୍ତ କରିଛି। କିନ୍ତୁ ଯେକୌଣସି ବ୍ୟକ୍ତିଙ୍କ ପରି, ଯେତେବେଳେ ଆପଣଙ୍କ ପରିବାର ଉପରେ ଆକ୍ରମଣ ହୁଏ, ଏହା ବିଚଳିତ କରେ ଏବଂ ସେ ମଧ୍ୟ କୌଣସି ବ୍ୟତିକ୍ରମ ନୁହଁନ୍ତି କାରଣ ସେ ଏକ ଦେଶର ରାଷ୍ଟ୍ରପତି।" 

ମାକ୍ରୋନଙ୍କ ଓକିଲ କ’ଣ କହି ଥିଲେ ?

କ୍ଲେୟାର ସ୍ପଷ୍ଟ କରିଛନ୍ତି ଯେ , ଅଭିଯୋଗଗୁଡ଼ିକୁ ଭୁଲ ପ୍ରମାଣିତ କରିବା ପାଇଁ ଦମ୍ପତି ବୈଜ୍ଞାନିକ ଆଧାରର ବିଶେଷଜ୍ଞ ସାକ୍ଷ୍ୟ ଏବଂ ଅନ୍ୟାନ୍ୟ ପ୍ରମାଣ ଉପସ୍ଥାପନ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି " ଏହା ବହୁତ ଦୁଃଖଦ । ଆପଣଙ୍କୁ ଏପରି ପ୍ରମାଣର ସମ୍ମୁଖୀନ ହେବାକୁ ପଡିବ," ସେ ଆହୁରି ମଧ୍ୟ କହିଛନ୍ତି, "କିନ୍ତୁ ସେମାନେ ପ୍ରସ୍ତୁତ। ସେମାନେ ସତ୍ୟକୁ ପ୍ରକାଶ କରିବାକୁ ସମ୍ପୂର୍ଣ୍ଣ ଦୃଢ଼ ସଙ୍କଳ୍ପିତ।"

କ୍ୟାଣ୍ଡେସ୍‌ ଓଭେନ୍ସ କିଏ ? 
କାଣ୍ଡାସ୍ ଓୱେନ୍ସ ଆମେରିକାର କଞ୍ଜରଭେଟିଭ୍‌ ମିଡ଼ିଆ ଆଉଟଲେଟ୍ ଡେଲି ୱାୟରର ଜଣେ ପୂର୍ବତନ ଭାଷ୍ୟକାର ଏବଂ ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି। ବିବିସି ରିପୋର୍ଟ ଅନୁସାରେ, ସେ ବାରମ୍ବାର ଏହା ଦାବି କରିଛନ୍ତି ଯେ, ବ୍ରିଜିଟ୍ ମାକ୍ରୋନ୍ ଜଣେ ପୁରୁଷ। ମାର୍ଚ୍ଚ ୨୦୨୪ ରେ, ସେ ଏହି ଦାବି ଉପରେ ଏମିତି କହିଥିଲେ ଯେ, ସେ ନିଜର ସମ୍ପୂର୍ଣ୍ଣ ପ୍ରଫେସନାଲ କ୍ୟାରିୟର ବାଜି ଲଗାଇବାକୁ ମଧ୍ୟ ପ୍ରସ୍ତୁତ।

ଡେଲାୱେୟର କୋର୍ଟ : ଓୱେନ୍ସଙ୍କ ବିରୁଦ୍ଧରେ ମାମଲା
ଏହାପରେ ଜୁଲାଇ ମାସରେ, ଏହି ଦମ୍ପତି ଆମେରିକାର ଡେଲାୱେୟର କୋର୍ଟରେ ତାଙ୍କ ବିରୁଦ୍ଧରେ ମାନହାନି ମାମଲା ଦାୟର କରି ଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ , ଓୱେନ୍ସ "ହାସ୍ୟାସ୍ପଦ, ମିଥ୍ୟା ଏବଂ ଅବାନ୍ତର" ଦାବି ପ୍ରସାର କରିଛନ୍ତି ଏବଂ ବୈଧ ପ୍ରମାଣକୁ ଅଣଦେଖା କରି ଷଡ଼ଯନ୍ତ୍ରକାରୀ ଓ ମିଥ୍ୟାବାଦୀମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି। ହେଲେ କେସ୍ ସତ୍ତ୍ୱେ, ଓୱେନ୍ସ ତାଙ୍କ ଦାବିକୁ ଜାରି ରଖି କହିଛନ୍ତି ଯେ , କୋର୍ଟ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମାକ୍ରୋନଙ୍କ "ନକଲି ମୃତ୍ୟୁ"ର କାହାଣୀକୁ ଭୁଲ ପ୍ରମାଣିତ କରି ଦିଆଯିବ।