‘ସ୍ୱାଧୀନ ରହିବା ପାଇଁ ଡର ସୃଷ୍ଟି କରିବାକୁ ପଡ଼ିବ...’, ପ୍ରତିରକ୍ଷା ଖର୍ଚ୍ଚକୁ ୨ ବର୍ଷରେ ଦ୍ୱିଗୁଣ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଘୋଷଣା

Published By : Prameya-News7 Bureau | July 14, 2025 IST

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଦେଶକୁ ସମ୍ୱୋଧନ କରି ଏକ ବଡ଼ ବୟାନ ଦେଇଛନ୍ତି । ତାଙ୍କର ଏହି ବୟାନକୁ ୟୁରୋପରେ ବଢୁଥିବା ସାମାଜିକ ଅସୁରକ୍ଷା ସହ ଯୋଡ଼ି ଦେଖାଯାଉଛି । ଫ୍ରାନ୍ସ ରାଷ୍ଟ୍ରୀୟ ଦିବସ ପୂର୍ବ ସଂଧ୍ୟାରେ ଦେଶକୁ ସମ୍ୱୋଧିତ କରି ମାକ୍ରୋନ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଆଜିର ସମୟରେ ୟୁରୋପର ସ୍ୱୀଧାନତା ପାଇଁ ସବୁଠୁ ବଡ଼ ବିପଦ ରହିଛି ।

ଏହି ଅବସରରେ ସେ ଯେଉଁ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି, ତାହା ହେଉଛି ଆଗାମୀ ଦୁଇ ବର୍ଷରେ ଫ୍ରାନ୍ସ ବଜେଟକୁ ଦ୍ୱିଗୁଣ କରିବା । ରାଷ୍ଟ୍ରପତି ମାକ୍ରୋନ କହିଛନ୍ତି, 'ଏହି ଦୁନିଆରେ ସ୍ୱାଧୀନ ରହିବା ପାଇଁ ଆପଣଙ୍କୁ ଡର ସୃଷ୍ଟି କରିବାକୁ ପଡ଼ିବ । ଭୟ ସୃଷ୍ଟି କରିବା ପାଇଁ ଆପଣଙ୍କୁ ଶକ୍ତିଶାଳୀ ହେବାକୁ ପଡ଼ିବ ।'

ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ୨୦୩୦ ସୁଦ୍ଧା ନିଜର ପ୍ରତିରକ୍ଷା ବଜେଟକୁ ଦ୍ୱିଗୁଣ କରିବା ପାଇଁ ଯୋଜନା କରିଥିଲା । କିନ୍ତୁ ଏବେ ଏହାକୁ ଆଗାମୀ ଦୁଇ ବର୍ଷରେ ହାସଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମାକ୍ରୋନ ଆସନ୍ତା ବର୍ଷ ଫ୍ରାନ୍ସ ପ୍ରତିରକ୍ଷା ବଜେଟରେ ୩.୫ ବିଲିୟନ ୟୁରୋ ଯୋଡ଼ିବା ଓ ୨୦୨୭ରେ ଏହାକୁ ୩ ବିଲିୟନ ୟୁରୋ ଯାଏ ବଢାଇବା ଲାଗି ଆହ୍ୱାନ କରିଛନ୍ତି । ଏବେ ସଂସଦରେ ଏହି ପ୍ରସ୍ତାବକୁ ପାରିତ କରାଯିବ । 

ଫ୍ରାନ୍ସ ରାଷ୍ଟ୍ରପତି ରୁଷଠାରୁ ବିପଦର ଉଲ୍ଲେଖ କରି ମସ୍କୋର ସାମ୍ରାଜ୍ୟବାଦୀ ନୀତି ଓ ବିସ୍ତାରବାଦୀ ନିଜକୁ ନିନ୍ଦା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ଫ୍ରାନ୍ସିସି ସେନା ମୁଖ୍ୟ ଥିଏରି ୱର୍କହାର୍ଡ କହିଥିଲେ ରୁଷ ୟୁରୋପରେ ଫ୍ରାନ୍ସକୁ ନିଜ ମୁଖ୍ୟ ବିରୋଧୀ ଭାବୁଛି । ସେ ଆହୁରି କହିଥିଲେ ଯେ ୟୁରୋପର ସୁରକ୍ଷା ପାଇଁ ରୁଷ ଏକ ସ୍ଥାୟୀ ବିପଦ । ଆଗାମୀ ଦିନରେ ୟୁରୋପୀୟ ଦେଶ ୟୁକ୍ରେନର ସମଦଶା ଭୋଗି ପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.