ନୂଆଦିଲ୍ଲୀ ୧୨/୦୭: ଶନିବାର ସକାଳୁ ସକାଳୁ ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା । ଉତ୍ତର ପୂର୍ବ ଓ୍ୱେଲକମ୍ ଥାନା ଅଞ୍ଚଳରେ ଥିବା ଜନତା ମଜଦୁର କଲୋନୀରେ ଭୁଶୁଡି ପଡିଛି ଚାରି ମହଲା କୋଠା । ଦୁର୍ଘଟଣା ସମୟରେ କୋଠାରେ ଅନେକ ଲୋକ ଉପସ୍ଥିତ ଥିଲେ । ପ୍ରାୟ ୧୦ରୁ ଜଣ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି ।
ଅଗ୍ନିଶମ ବିଭାଗ ଅନୁଯାୟୀ, ଏପର୍ଯ୍ୟନ୍ତ କିଛି ଜଣଙ୍କୁ ସୁରକ୍ଷିତ ଭାବରେ ଭଗ୍ନାବଶେଷରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏବେ ବି ଭଗ୍ନାବଶେଷ ଅନେକ ଫସି ରହିଛନ୍ତି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଯେହେତୁ ଏହି ଅଞ୍ଚଳଟି ବହୁତ ଜନବସତିପୂର୍ଣ୍ଣ ଓ ସଂକୀର୍ଣ୍ଣ ରାସ୍ତା ଅଛି, ତେଣୁ ଉଦ୍ଧାର କାର୍ଯ୍ୟ କଷ୍ଟକର।
ଘଟଣାସ୍ଥଳରେ ୭ ଟି ଅଗ୍ନିଶମ ଗାଡ଼ି ଉପସ୍ଥିତ ଅଛନ୍ତି । ସ୍ଥାନୀୟ ପୋଲିସ ଓ ରିଲିଫ୍ ଦଳ ଭଗ୍ନାବଶେଷ ହଟାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହା ବିଶ୍ୱାସ କରାଯାଉଛି ଯେ କୋଠାଟି ବହୁତ ପୁରୁଣା ଥିଲା । ଯେଉଁଥିପାଇଁ ଦୁର୍ଘଟଣା ଘଟିଛି।