ପ୍ରମିଳାଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି; ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ ପାଇଁ ବୈଠକ, ନା ଆଉ କିଛି ସମୀକରଣ ?

NEWS7
four-people-arrested-in-the-coal-mining-case-when-will-the-mastermind-be-caught

ଭୁବନେଶ୍ବର: ସାଧାରଣ ନର୍ବାଚନରେ ପରାଜୟ ପରଠୁ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡ଼ିଛି। ଦଳ ଅନ୍ୟ କାହାର ଇଙ୍ଗିତରେ ପରିଚାଳିତ ହେଉଥିବା ଅଭିଯୋଗ ଆଣି ଅନେକ ଦଳୀୟ ନେତା ଓ କର୍ମୀ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ଦଳୀୟ ନେତାଙ୍କ ମେଳି ମଧ୍ୟ ବେଶ୍‌ ଚର୍ଚ୍ଚାର କାରଣ ପାଲଟୁଛି।   

ଏହାରି ମଧ୍ୟରେ ସୋମବାର ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି । ପ୍ରମିଳାଙ୍କ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଉପସ୍ଥିତ। ଯାହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

ତେବେ ଏହି ବୈଠକ ପରେ  ପ୍ରମିଳା ମଲ୍ଲିକ କହିଛନ୍ତି। ଯାଜପୁରରେ ବଡ଼ ଧରଣର ଆନ୍ଦୋଳନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ସାରା ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳିରେ ସରକାର ବିରୋଧରେ ହେବ ଗର୍ଜନ ।ସରକାର ଯାହା କହିଥିଲେ ତାହା କରୁ ନାହାନ୍ତି। ତେଣୁ ଦଳ ଜାନୁଆରୀ ମାସରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ଏହା ପୂର୍ବରୁ ଯୁବ, ଛାତ୍ର, ମହିଳା ଟିମକୁ ୫ରୁ ୬ ଦିନ ଭିତରେ ଅଧିକ ସଙ୍ଗଠିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ଜାନୁଆରୀ ମାସରେ ସବୁ ସଂଗଠନର କରାମତି ଦେଖାଇବୁ ବୋଲି କହିଛନ୍ତି ପ୍ରମିଳା ।

ଯାଜପୁର ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ ହେବ। ଯାଜପୁର ଜିଲ୍ଲାରୁ ରାଜ୍ୟ ପାଇଁ ରଣହୁଙ୍କାର ଦିଆଯିବ। ଆମେ ସବୁ ପ୍ରସଙ୍ଗରେ ଆନ୍ଦୋଳନ କରିବୁ। ଜିଲ୍ଲା ମୁଖ୍ୟଳୟରୁ ଆନ୍ଦୋଳନ ଆରମ୍ଭ ହେବ।

ସୂଚନାଥାଉକି, କିଛି ଦିନ ତଳେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ, ବୈଠକ କରିବାକୁ ଚାହୁଥିଲେ ବିଜେଡି ନେତାମାନେ ଶଙ୍ଖ ଭବନରେ ଏକାଠି ହୁଅନ୍ତୁ। ଶଙ୍ଖ ଭବନ ଦଳର କାର୍ଯ୍ୟାଳୟ। ହେଲେ ନବୀନଙ୍କ ଏହା କହିବା ସତ୍ତ୍ବେବି ଏକାଧିକ ନେତା ଶଙ୍ଖ ଭବନ ବାହାରେ ମିଟିଂ କରୁଛନ୍ତି। କିଛି ଦିନ ତଳେ କିଛି ପୂର୍ବତନ ନେତାମାନେ ମେଳି କରିଥିବାବେଳେ,  ଏବେ ପ୍ରମିଳାଙ୍କ ଘରେ ବବି ଦାସଙ୍କ ସହିତ ଯାଜପୁର ବିଜେଡି ନେତା କାହିଁକି ଏକାଠି ହୋଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ?