ଶୌଚ ହେବାକୁ ଯାଉଥିଲେ, ବିଲୁଆ ଆକ୍ରମଣରେ ୪ ଆହତ

Published By : Prameya-News7 Bureau | March 08, 2025 IST

ଆଠଗଡ଼ ୦୮।୦୩ : ଶୌଚ ପାଇଁ ଯାଇଥିବା ବେଳେ ବିଲୁଆ ଆକ୍ରମଣ । ଯେଉଁଥିରେ ୪ ଆହତ ହୋଇଛନ୍ତି । କଟକ ଜିଲ୍ଲା ତିଗିରିଆ ବ୍ଲକ ହରିଶରଣପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ସମସ୍ତ ଆହତଙ୍କୁ ବିନ୍ଧାଣୀମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ହରିଶରଣପୁର ଗାଁର କିଛି ଲୋକ ଶୁକ୍ରବାର ସନ୍ଧ୍ୟା ସମୟରେ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ବିଲୁଆ ସେମାନଙ୍କୁ ଆକ୍ରମଣ କରିଥିଲା। ବିଲୁଆ ଆକ୍ରମଣରେ ୪ ଜଣ ଗ୍ରାମବାସୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବିନ୍ଧାଣୀମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ଆହତଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ୩ ଜଣ ମହିଳା ରହିଛନ୍ତି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.