ଭୁଲ ମାଗିଲା ଏକ୍ସ : ବ୍ଲକ୍ କଲା ୩୫୦୦ ପୋଷ୍ଟ, ୬୦୦ ଆକାଉଣ୍ଟ ଡିଲିଟ୍

NEWS7
four-girls-drowned-while-came-to-bring-soil-for-puja

ନୂଆଦିଲ୍ଲୀ, ୧୧/୦୧: ଭୁଲ ମାନିଲା ଏକ୍ସ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟକୁ ନେଇ କମ୍ପାନୀ ନିଜର ଭୁଲ ସ୍ୱିକାର କରିଛି । ଭାରତୀୟ ଆଇନ ଅନୁଯାୟୀ କମ୍ପାନୀ କାମ କରିବ ବୋଲି ଘୋଷଣା କରିଛି । ପୂର୍ବରୁ ଏକ୍ସରେ ଆପତ୍ତିଜନକ ଫଟୋ ପ୍ରସଙ୍ଗରେ କେନ୍ଦ୍ର ସରକାର ଚେତାବନୀ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆ ସାଇଟ୍ ଆକ୍ସନ୍ ନେବା ସହ ଅନେକ ୟୁଜରଙ୍କୁ ବ୍ଲକ୍ କରିଛି ।

ଏକ୍ସର କହିବାନୁସାରେ, କମ୍ପାନୀ୩୫୦୦ପୋଷ୍ଟକୁ ବ୍ଲକ୍ କରିଛି । ଏହାସହ୬୦୦ଆକାଉଣ୍ଟ ଡିଲିଟ୍ କରାଯାଇଛି । ଏବେ କମ୍ପାନୀ କୌଣସି ଆପତ୍ତିଜନକ ପୋଷ୍ଟକୁ ଅନୁମତି ଦେବ ନାହିଁ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବ ।

ରିପୋର୍ଟ ଅନୁସାରେ, ବାରମ୍ବାର ଏକ୍ସ ବିରୋଧରେ ଅଭିଯୋଗ ଆସୁଥିଲା । କମ୍ପାନୀ ସରକାରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରୁନଥିବା କୁହାଯାଉଥିଲା । ତେବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏକ୍ସର ଅନେକ ପୋଷ୍ଟକୁ ଚିହ୍ନଟ କରିଥିଲା । ଗ୍ରୋକ୍ ଏଆଇ ସାହାଯ୍ୟରେ ଏସମସ୍ତ କଣ୍ଟେଣ୍ଟ୍ ପ୍ରସ୍ତୁତ ହୋଇଥିଲା । ଯାହାକୁ ନେଇ ଅନେକ ଯୁଜର ସମାଲୋଚନା କରିଥିଲେ । 

ଗ୍ରୋକ୍ ଏଆଇ କ'ଣ

ଗ୍ରୋକ୍ ହେଉଛି ଏକ ଏଆଇ ଚାଟବଟ୍ । ଯାହାକୁ ନିଜେ ଏଲନ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ପ୍ରସ୍ତୁତ କରିଥିଲା । ଏହାକୁ ଇନଷ୍ଟଲ୍ କରାଯାଇ ବ୍ୟବହାର କରିହେବ । ୟୁଜରମାନେ ଟେକ୍ସଟ୍ କମାଣ୍ଡ କିମ୍ବା ଭଏସ ପ୍ରମ୍ପଟ୍ ସାହାଯ୍ୟରେ ନିଜ କାମ କରିପାରିବେ ।

କ'ଣ ପାଇଁ ବିବାଦ

ନିକଟରେ ଗ୍ରୋକ୍ ଏଆଇ ଦ୍ୱାରା ଅନେକ ଅଶ୍ଲୀଳ କଣ୍ଟେଣ୍ଟ୍ ଏଡିଟିଂ କରାଯାଇଥିଲା। ଅନେକ ୟୁଜର ଏହିଫିଚର୍ସର ଅପବ୍ୟବହାର କରିଥିଲେ । ମହିଳା ଏବଂ ନାବାଳିକାଙ୍କ ଫଟୋ ବ୍ୟବହାର କରି ଅଶ୍ଲୀଳ କଣ୍ଟେଟ୍ ଗ୍ରୋକ୍ ଦ୍ୱାରା ତିଆରି କରାଯାଉଥିଲା । ଯାହାକୁ ସରକାର ଗୁରୁତର ଭାବେ ନେଇଥିଲେ ।