ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ ଘଟଣା, ସମସ୍ତେ ସୁରକ୍ଷିତ ଉଦ୍ଧାର

Published By : Prameya-News7 Bureau | August 03, 2025 IST

ଭୋଗରାଇ: ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ ଘଟଣା। ସମସ୍ତଙ୍କୁ ଉଦ୍ଧାର କଲା ପୋଲିସ ।  ଶନିବାର ସକାଳେ ବାଲିଆପାଳ ବ୍ଲକ ଚୌମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ମଧୁସୂଦନ ଗିରି, ଗୋପାଳ ଗିରି, ରବିନ୍ଦ୍ର ଗିରି ଏବଂ ଚୌମୁଖ ଗ୍ରାମର ଜଗନ୍ନାଥ ପାଳ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। 

ସେମାନଙ୍କୁ ଖୋଜିବା ପାଇଁ ୫ଟି ଟିମ ଗଠନ କରାଯାଇ ସର୍ଚ୍ଚ ଅପେରେସନ ଆରମ୍ଭ କରାଯାଇଥିଲା। ଡ୍ରୋନ ମାଧ୍ୟମରେ ଖୋଜିବା ସହିତ ଲୋକଙ୍କୁ ମଧ୍ୟ ସଚେତନ କରାଇଥିଲା ତାଳସାରି ସାମୁଦ୍ରିକ ପୋଲିସ । ତେବେ ଏହି ଅପରେସନ ସଫଳ ହୋଇଛି। ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.