ଆସନ୍ତା ୩ରେ ପୁରୀରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି, ୪ରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କାର୍ଯ୍ୟକ୍ରମ

NEWS7
foundation-stone-of-permanent-campuses-of-kendriya-vidyalaya-titilagarh-and-patnagarh

ପୁରୀ ୨୭।୧: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୩ ତାରିଖରେ ପୁରୀରେ ପହଞ୍ଚି ରାତ୍ରିଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ତାରିଖ ସକାଳ ୭ଟାରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ୭ଟା ୪୦ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ୮ଟା ୨୦ ଦର୍ଶନ ସାରି ପ୍ରତ୍ୟାବର୍ତ୍ତନ କରିବେ ।

ସିଂହଦ୍ଵାର ଠାରେ ଗଜପତି ମହାରାଜା, ଛତିଶା ନିଯୋଗ ନାୟକ ସ୍ବାଗତ କରିବେ । ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉପହାର ପ୍ରଦାନ କରାଯିବ । ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପାଳିଆ ସେବକଙ୍କୁ ପାସ୍ ପ୍ରଦାନ କରାଯିବ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।