ଜୈସାଲମେର ୨୧।୮: ରାଜସ୍ଥାନ ଜୈସାଲମେର ଜିଲ୍ଲାର ଏକ ଗାଁରେ ବଡ଼ ହାଡ଼ ଆକାରର ସଂରଚନା ସହିତ ଜୀବାସ୍ମ ଭଳି ଅବଶେଷ ମିଳିଛି। ଏଥିରୁ ସ୍ଥାନର ସମ୍ପର୍କ ଏବେ ପ୍ରାକଐତିହାସିକ ଡାୟନୋସର ଯୁଗ ସହ ଯୋଡି ଦେଖାଯାଉଛି। ଏହି ଅସାଧାରଣ ପଥର ସଂରଚନା ଓ ହାଡ଼ ଯାହା ଏକ ବଡ଼ କଙ୍କାଳ ଭଳି ଦେଖାଯାଉଛି ଜୈସାଲମେରରୁ ୪୫ କିଲୋମିଟର ଦୂର ମେଘା ଗାଁରୁ ମିଳିଛି। ଗାଁର ଲୋକେ ସ୍ଥାନୀୟ ପୋଖରୀ ନିକଟରେ ଖନନ କରିବା ବେଳେ ଏହି ସଂରଚନା ଦେଖିବାକୁ ପାଇଛନ୍ତି।
ଜନୈକ ସ୍ଥାନୀୟ ବାସିନ୍ଦୀ ଅଧିକାରୀଙ୍କୁ ଏହାର ସୂଚନା ଦେବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ଫତେଗଡ଼ ଉପବିଭାଗୀୟ ମାଜିଷ୍ଟ୍ରେଟ୍ ଓ ତହସିଲଦାର ଘଟଣାସ୍ଥଳ ଗସ୍ତ କରି ଅବଶେଷକୁ ନିରୀକ୍ଷଣ କରିଛନ୍ତି। ଜନୈକ ସ୍ଥାନୀୟ ବାସିନ୍ଦା କଙ୍କାଳ ଭଳି ସଂରଚନାରୁ ସମ୍ଭବତଃ ଏହା ଡାୟନୋସରର ମେରୁଦଣ୍ଡ ହୋଇପାରେ ବୋଲି କିହଛନ୍ତି। ପୋଖରୀରେ କଙ୍କାଳ ଓ ପଥର ଭଳି ଚିହ୍ନ ସବୁ ଦେଖା ଗଲା। ଗାଁ ଲୋକେ ଏହାକୁ ପ୍ରାଚୀନ ଅବଶେଷ ବୋଲି ଭାବି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଓ ପ୍ରଶାସନ ସହିତ ସମ୍ପର୍କ କରିଛନ୍ତି।
ବିଶେଷଜ୍ଞ ସମ୍ଭବତଃ ଏହା ଡାୟନୋସରର ଜୀବାସ୍ମ ହୋଇପାରେ ବୋଲି ଅନୁମାନ କରୁଛନ୍ତି। ତେବେ ପରୀକ୍ଷା ନିରୀକ୍ଷ ପୂର୍ବରୁ ଏ ସମ୍ପର୍କରେ ସ୍ପଷ୍ଟ ରୂପେ କହିବା କଷ୍ଟକର ବୋଲି କହିଛନ୍ତି। ବୈଜ୍ଞାନିକ କହିଛନ୍ତି ଯେ ଜୈସାଲମେରର ପଥୁରିଆ ସଂରଚନାରେ ସମୁଦ୍ର ଓ ମିଠାପାଣିର ଭଣ୍ଡାର ରହିଛି। ଏହି ଭଣ୍ଡାର ୧୮୦ ନିୟୁତ ବର୍ଷ ପୁରୁଣା, ଯାହା ଜୁରାସିକ ଯୁଗରେ ଡାୟନୋସରଙ୍କ ସମୟର।