LIVE TV

‘OPRB ଏବଂ ସରକାରଙ୍କ ବିନା ସଂପୃକ୍ତିରେ SI ପରୀକ୍ଷା କେଳେଙ୍କାରୀ ସମ୍ଭବ ନୁହେଁ’

NEWS7
former-south-africa-president-zumas-daughter-is-arrested-on-terrorism-charges

ଭୁବନେଶ୍ବର ୧୮।୧୦: OPRB ଏବଂ ସରକାରଙ୍କ ବିନା ସଂପୃକ୍ତିରେ SI ପରୀକ୍ଷା କେଳେଙ୍କାରୀ ସମ୍ଭବ ନୁହେଁ । SI ପରୀକ୍ଷା କେଳେଙ୍କାରୀ ନେଇ ନୂଆ ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ବିଜେପିର ଜଣେ ବଡ଼ ମୁଣ୍ଡ ଶଙ୍କର ପୃଷ୍ଟି ଠାରୁ ଗୋଟିଏ ବଡ଼ ଫର୍ଚୁନର ଗାଡ଼ି ନେଇଛନ୍ତି । ତାର ତଦନ୍ତ କରିବେ କି କ୍ରାଇମବ୍ରାଞ୍ଚ । ଏକଥା ବହୁଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି । ସେ ବ୍ୟକ୍ତି କିଏ ? ସୋରୁମ୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ସବୁ ଜଣାପଡ଼ିବ । ଖାଲି ଶଙ୍କର ପୃଷ୍ଟି, ମୁନା ମହାନ୍ତିଙ୍କ କଥା କୁହାଯାଉଛି । ଆଉ ଯେଉଁମାନେ ସଂପୃକ୍ତ, କିଏ ଟଙ୍କା ନେଇଛନ୍ତି ତାର ତଦନ୍ତ କରିବ କି କ୍ରାଇମବ୍ରାଞ୍ଚ ବୋଲି ପ୍ରଶ୍ନ କରିଛନ୍ତି ମଜନୀ ମହାନ୍ତି । ​​​​​​​