ବ୍ରହ୍ମପୁର: ନକଲି ଚେକ୍ ଦେଇ ବ୍ୟାଙ୍କ୍କୁ ଠକିବା ଅଭିଯୋଗରେ ଗିରଫ ହେଲେ ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ କେଲୁଆ ପଲ୍ଲୀର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପି.ଇ.ଓ) ସମୀର ମିଶ୍ର । ରବିବାର ଗୋଳନ୍ଥରା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ପୂର୍ବତନ ପିଇଓ ଜଣକ ବ୍ୟାଙ୍କରେ ନକଲି ଚେକ ବୁକ ଦେଇ ଗ୍ରାମପଞ୍ଚାୟତର ପ୍ରାୟ ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନର ପି.ଇ.ଇ ନକଲି ପାସବୁକ ପାଇବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ପରେ ସେ ବି.ଡି.ଓଙ୍କୁ ଏ ବିଷୟରେ ଅବଗତ କରିଥିଲେ। ଆଉ ଏହା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।
ଆହୁରି ମଧ୍ୟ ଜଣାପଡ଼ିଛି ପୂର୍ବତନ ପିଇଓ ୨୦୨୩-୨୪ ବର୍ଷର ଅଡିଟବେଳେ ମଧ୍ୟ ନକଲି ପାସବୁକ ଦାଖଲ କରିଥିଲେ ଆଉ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ରାଶିକୁ ହଡ଼ପ କରିଥିଲେ।