LIVE TV

ୱାରେଣ୍ଟ ଜାରି ହେବାରୁ କୋର୍ଟରେ ହାଜର ହେଲେ ଅଳକା ଲାମ୍ୱା , ଏକ୍ସରେ ଲେଖିଲେ- ପ୍ଲିଜ୍‌ ସୋନମ ୱାଙ୍ଗଚୁକ୍‌ ଜୀଙ୍କ ସହ ହିଁ ରଖନ୍ତୁ

NEWS7
Former MLA Alka Lamba

ନୂଆଦିଲ୍ଲୀ – ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଲକା ଲାମ୍ୱା ଶନିବାର ରାଜଧାନୀ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସମ୍ମୁଖରେ ହାଜର ହୋଇଥିଲେ , ଯେଉଁଠି ସେ କୋର୍ଟରୁ ଜାମିନ ପାଇ ଥିଲେ। ବାସ୍ତବ କଥା ହେଲା ନିଷେଧାଦେଶ ଉଲ୍ଲଙ୍ଘନ ସହ ଜଡ଼ିତ ଏକ ମାମଲାରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ, ଯାହା ପରେ ସେ କୋର୍ଟରେ ହାଜର ହୋଇଥିଲେ, ସେଠାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

ରାଉଜ ଏଭେନ୍ୟୁ କୋର୍ଟ ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍‌ ଉପରେ ବିଚାର କରି ତାଙ୍କୁ ସମନ ଜାରି କରିଥିଲେ। ହେଲେ ଅନେକ ସମନ ଜାରି ହେବା ପରେ ମଧ୍ୟ ସେ କୋର୍ଟରେ ହାଜର ହୋଇ ନଥିଲେ, ଯେଉଁଥି ପାଇଁ କୋର୍ଟ ତାଙ୍କ ବିରୋଧରେ ଜାମିନ ଜାରି କରିଥିଲା , ସେତେବେଳେ ଲାମ୍ୱା ଶନିବାର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହେଲେ ଏବଂ ସେଠାରୁ ଜାମିନ ପାଇଛନ୍ତି। ହେଲେ ଜାମିନ ମିଳିବା ପୂର୍ବରୁ ସେ ସୋସିଆଲ ମିଡ଼ିଆରେ କହିଥିଲେ ଯେ, ମୋ ବିରୋଧରେ ୱାରେଣ୍ଟ ଜାରି ହୋଇଛି,ଏହାସହ ସେ ସୋନମ ୱାଙ୍ଗଚୁକଙ୍କ ସହ ରହିବାକୁ ଅନୁରୋଧ ମଧ୍ୟ କରିଥିଲେ।

ଏହା ପୂର୍ବରୁ କୋର୍ଟ ଯେବେ ତାଙ୍କୁ ସମନ ଜାରି କରିଥିଲେ ତ ସେ କୋର୍ଟରେ ହାଜର ହୋଇ ନଥିଲେ ଏବଂ ସେ ଦୁଇଥର ହାଜରରୁ ରହିତାଦେଶ ମାଗି ଥିଲେ। ଏହାପରେ , କୋର୍ଟ ୨୪ ସେପ୍ଚମ୍ୱରରେ ତାଙ୍କ ବିରୋଧରେ ଜାମିନ ୱାରେଣ୍ଟ ଜାରି କରି ଦେଇ ଥିଲେ। ସେତେବେଳେ ଯାଇ ସେ ଆଜି (ଶନିବାର ) କୋର୍ଟରେ ହାଜର ହେଲେ।

ଉଲ୍ଲେଖନୀୟ ଯେ, ଉକ୍ତ ମାମଲା ଜନ୍ତରମନ୍ତରରେ ଏକ ବିରୋଧ ପ୍ରଦର୍ଶନ ବେଳେ ନିଷେଧାଦେଶର କଥିତ ଉଲ୍ଲଙ୍ଘନ ସହ ସମ୍ୱନ୍ଧିତ, ଯେଉଁଥିରେ ୨୦୨୪ର ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ଲାଗୁ କରିବାର ଦାବି କରିଥିଲେ। ଏହି ମାମଲାରେ କଂଗ୍ରେସର ଏହି ମହିଳା ନେତାଙ୍କ ବିରୋଧରେ ୨୦୨୪ ରେ ସଂସଦ ମାର୍ଗ ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇ ଥିଲା।

ଏପଟେ ଏହି ମାମଲାକୁ ନେଇ ଅଳକା ଲାମ୍ୱା ଶନିବାର ସୋସିଆଲ ମିଡ଼ିଆରେ ସୂଚନା ଦେଇ କହିଛନ୍ତି , ମୋ ବିରୋଧରେ ୱାରେଣ୍ଟ ଜାରି ହୋଇଛି,ପ୍ଲିଜ୍‌ ସୋନମ ୱାଙ୍ଗଚୁକ୍‌ ଜୀଙ୍କ ସହ ରଖିବ , ବହୁତ କିଛି ଶିଖିବାକୁ ମିଳିବ-ସଂଘର୍ଷ ଜାରି ରହିବ..ଲଢିବୁ ଓ ଜିତିବୁ । ହେଲେ ଲାମ୍ୱାଙ୍କର ଏହି ଇଚ୍ଛା ପୂରା ହୋଇ ପାରି ନଥିଲା ଏହଂ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି ତାଙ୍କର ଗିରଫଦାରୀର ରାସ୍ତା ବନ୍ଦ କରିଦେଲେ।