କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

Published By : Prameya-News7 Bureau | April 18, 2024 IST

ଭୁବନେଶ୍ବର ୧୮।୪: କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି । 

କଂଗ୍ରେସରେ ଯୋଗଦେବା ପରେ ସିପ୍ରା କହିଛନ୍ତି, ଏହା ମୋ ପାଇଁ ଏକ ବଡ ଦିନ । କଂଗ୍ରେସ ଦଳରେ ନୂତନ ଆରମ୍ଭ । ମୁଁ ଆନନ୍ଦିତ ଏବଂ ଖୁସି । ମୋ ବାପା ଏହି ଦଳରେ ଥିଲେ ମୁଁ ମଧ୍ୟ ସେହି ଦଳକୁ ଫେରିଥିବାରୁ ମୁଁ ଅତ୍ୟନ୍ତ ଖୁସି । ଟିକେଟ୍ ପାଇଁ ମୁଁ କିଛି ଆଲୋଚନା କରିନାହିଁ । କିନ୍ତୁ କେନ୍ଦ୍ରାପଡାରୁ ଲଢ଼ିବାକୁ ଆଶାବାଦୀ ରହିଛି । ଯଦି ଦଳ ମୋତେ ସୁଯୋଗ ଦେବ ମୁଁ ନିଶ୍ଚିନ୍ତ ନିର୍ବାଚନ ଲଢ଼ିବି । ନଚେତ ଯେଉଁ ଦାୟିତ୍ୱ ଦେବ ତାହା ମଧ୍ୟ ସୁଚାରୁ ରୂପରେ ତୁଲାଇବି ।

You Can Read :

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସ୍ବାଗତ କଲେ ସସ୍ମିତ ପାତ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.