ସ୍କୁଲରେ ସାର୍ ପଢ଼ାଉଛନ୍ତି ଭାଲେଣ୍ଟାଇନ୍ସ ଶିକ୍ଷା, ଚର୍ଚ୍ଚାରେ ବିଜ୍ଞାନ ଶିକ୍ଷକଙ୍କ ଲଭ୍ ସାଇନ୍ସ

NEWS7
former pakistani mp sells ice cream in haryana

ଦେବଗଡ଼: ବିଜ୍ଞାନ ଶିକ୍ଷକ ପଢ଼ାଉଛନ୍ତି ଲଭ୍ ସାଇନ୍ସ। ମାନେ କେମିତି ପାଳନ ହେବ ପ୍ରେମ ସପ୍ତାହ ? କୋଉ ଦିନକୁ କେମିତି ପାଳିବେ ଶିଖାଉଛନ୍ତି ଶିକ୍ଷକ। ଶିକ୍ଷାର ମନ୍ଦିର ସ୍କୁଲରେ ଏମିତି କାରନାମା ଗୁରୁଙ୍କ ଗାରିମାକୁ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ।

ପିଲାମାନେ ସ୍କୁଲ କାହିଁକି ଯାଆନ୍ତି। ପାଠ ଓ ଜୀବନର ମୂଲ୍ୟବୋଧ ଶିଖିବାକୁ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଶିକ୍ଷାର ଏହି ମନ୍ଦିରରେ ଏବେ ଦିଆଯାଉଛି ଭାଲେଣ୍ଟାଇନ୍ସ ଶିକ୍ଷା। ଅର୍ଥାତ୍ ପ୍ରେମ ସପ୍ତାହରେ ବିଦ୍ୟାଳୟର ଅଷ୍ଟମ ନବମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକ ପଢାଉଛନ୍ତି କେମିତି ପାଳନ ହେବ ହଗ୍ ଡେ, ଚକୋଲେଟ ଡେ ଓ ଅନ୍ୟ ସବୁ । ଏମିତିକି ଛାତ୍ରୀ ଭାଲେଣ୍ଟାଇନ ଶିକ୍ଷା ଗ୍ରହଣ କରିବାକୁ ଅରାଜି ହେବାରୁ ସମ୍ପୃକ୍ତ ଶିକ୍ଷକ ଦେଖାଇଛନ୍ତି ନାଲି ଆଖି। ଏଭଳି ଏକ ଆଭାବନୀୟ ଘଟଣା ଘଟିଛି ରିଆମାଳ ବ୍ଳକ କୁଣ୍ଢେଇଗୋଳା ସରକାରୀ ହାଇସ୍କୁଲରେ। ବିଦ୍ୟାଳୟରର ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ରଙ୍କ ବିରୁଦ୍ଧରେ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି ଖୋଦ ବିଦ୍ୟାଳୟର ଜଣେ ଛାତ୍ରୀ l

ପୀଡିତା ନାବାଳିକା ଛାତ୍ରୀର ମାଙ୍କ ଅଭିଯୋଗ ଆଧାରରେ ଅଟକ ରହିଛନ୍ତି ଅଭିଯୁକ୍ତ ଶିକ୍ଷକ ତପନ କୁମାର ମିଶ୍ର। ତାଙ୍କ ବିରୁଦ୍ଧରେ କୁଣ୍ଢେଇଗୋଳା ଥାନା ରେ ଦଫା ୧୨ ପୋକ୍ସ ଆକ୍ଟ, ୭୫, (୧)ଆଇ ବିଏନଏସ ରେ ହୋଇଛି ମାମଲା ଋଜୁ। ଅନେପଟେ ଅଭିଯୁକ୍ତ ଶିକ୍ଷକ ତପନ କୁମାର ମିଶ୍ର ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହ ବିଦ୍ୟାଳୟରୁ ତୁରନ୍ତ ଅପସାରଣ ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ l ସେ ଯାହା ବି ବିଦ୍ୟାର ମନ୍ଦିରରେ ଏଭଳି କାରନାମା ନିହାତି ଭାବେ ନିନ୍ଦନୀୟ।