ଓଡ଼ିଶା ବଜେଟ୍ ୨୦୨୬: ବଜେଟକୁ ନେଇ କ’ଣ କହିଲେ ବିରୋଧୀ ?

NEWS7
forest-guard-by-professionhobby-modelling

ଭୁବନେଶ୍ୱରମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ଥର ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି। ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି ପାଇଛି। ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ,କୃଷି ଓ ଖଣଜି ସମ୍ପଦ ଆଦି ବିଭିନ୍ନ ଦିଗ ପାଇଁ ବ୍ୟୟ ବରାଦ କରାଯାଇଛି। ବଜେଟକୁ ନେଇ ଓଡ଼ିଶା ସରକାର ବେଶ ଆଶାବାଦୀ ଥିବା ବେଲେ ବିରୋଧୀ କହିଛି କିଛି ନାହିଁ ଖାଲି ପବନ।

ବଜେଟକୁ ନେଇ କିଏ କଣ କହିଲେ ବିରୋଧୀ ଆସନ୍ତୁ ଜାଣିବା

ନବୀନ ପଟ୍ଟନାୟକ-ବଜେଟ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏହି ବଜେଟ୍ ବିଷୟରେ ଆଉ କଣ କହିପାରିବି। ଏହା ଏକ ଖାଲି ରୋଷେଇ ଘରେ ଖାଦ୍ୟ ସାରଣୀର ଏକ ଭଣ୍ଡାର ପରି ମନେ ହେଉଛି।
ଅରୁଣ ସାହୁ-ହାତୀ ଭଳି ବଜେଟ,ଜନ୍ଦା ଭଳି ଖର୍ଚ୍ଚ ହେବ। ରୁଣ କରି ଘିଅ ଖାଇବେ ସରକାର। ବେଲୁନ ଭଳି ପବନ ପଶିଛି ହେଲେ ଓଜନ ନାହିଁ। ଯେତିକି ନୂଆ ଯୋଜନା ନାଆଁ ଦେଇଛନ୍ତି କେବଳ ନାଆଁ ନେବା ପାଇଁ। ରାତି ବଡ଼ ହେଲେ ରାତି ପାହିଲେ ବି ସ୍ୱପ୍ନ ସରିବନି। ଋଣର ସରକାର। ଋଣରୁ ବଜେଟ ଆକାର ବଢ଼େଇଛନ୍ତି। ଗତ ବର୍ଷ ବଜେଟ ଖର୍ଚ୍ଚ ଏଯାଏ ଖର୍ଚ୍ଚ ହୋଇପାରିଲା ନାହିଁ।
ଗୌତମ ବୁଧ ଦାସ-ରାଜ୍ୟ ଅର୍ଥନୀତିରେ କଳଙ୍କି ଲାଗି ଯାଇଛି। ନବୀନ ପଟ୍ଟନାୟକ ଆର୍ଥିକ ପରିଚାଳନାକୁ ଏକ ନମ୍ବର କରିଥିଲେ। ହେଲେ ବିଜେପି ସରକାର ଏହାକୁ ୨୫ ବର୍ଷ ପଛକୁ ଠେଲି ଦେଉଛନ୍ତି। ଋଣ ଭାର ବଢୁଛି। ଗତ ବର୍ଷ FRBM୧୨% ଏବେ ୧୪.୧% କୁ ପହଁଚିଛି। ବିତୀୟ ନିୟଣ୍ଟ ବଢିଛି। ୨୪ ବର୍ଷରେ ନବୀନ ପଟ୍ଟନାୟକ ୭୮ ହଜାର କୋଟି ଋଣ କରିଥିଲେ। ଯାହା ଏହି ସରକାରରେ ଡବଲ ହୋଇ ୧.୫୬ କୋଟି ହେଲାଣି। କେନ୍ଦ୍ର ଅନୁଦାନ କମି ଚାଲୁଛି। ୪୦% ଅନୁଦାନ ରାଜ୍ୟକୁ ଦେବାକୁ ପଡ଼ିବ। ନୂଆ ଯୋଜନାକୁ ନାଁକୁ ମାତ୍ର କରି ବ୍ୟୟ ବରାଦ କମ ରଖିଛନ୍ତି।
ରାମ କାଡାମମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀଙ୍କଏହା ଦୀର୍ଘ ଭାଷଣ ଥିଲା। ଯାହା ଓଡ଼ିଶାବାସୀଙ୍କ ପାଇଁ ନୈରାଶ୍ୟଜନକ। ବଜେଟ ଖର୍ଚ୍ଚ କରି ପାରିବେ ନାହିଁ। ଋଣ ବଢ଼ାଇବାରେ ଲାଗିଛନ୍ତି। ସାମାଜିକ ନ୍ୟାୟ,ଆଦିବାସୀ ବିକାଶ ପାଇଁ ବଜେଟରେ କିଛି ନାହିଁ। ତେଣୁ କଂଗ୍ରେସ ବଜେଟକୁ ବଏକଟ କଲା।