ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଜମ୍ମୁଠୁ ନେଇ ଜୈସଲମେର ପର୍ଯ୍ୟନ୍ତ ତିନି ରାଜ୍ୟର ଅନେକ ସହର ଉପରେ ଡ୍ରୋନ ଓ ମିସାଇଲରେ ହମଲା କରଥିବା ପାକିସ୍ତାନକୁ ଏବେ ଭାରତ ସ୍ଥଳପଥ, ଆକାଶ ଓ ଜଳପଥରେ ଚାରିଆଡୁ ଘେରିଛି । ଭାରତ ପାକିସ୍ତାନ ଉପରେ ବଡ ଧରଣର ହମଲା କରିଛି । ଭାରତୀୟ ନୌସେନା ସମୁଦ୍ରରୁ କରାଚି ବନ୍ଦର ଉପରେ ଘନ ଘନ ମିସାଇଲ ମାଡ କରିଛନ୍ତି ।
ମିିଡିଆ ରିପୋର୍ଟ ଅନୁଯାୟୀ, ଆଇଏନଏସ ବିକ୍ରାନ୍ତରୁ ଭାରତୀୟ ନୌସେନା କରାଚି ବନ୍ଦର ଉପରେ ହମଲା କରିଛି । ଗୋଟିଏ ପଟେ ଏଲଓସିରେ ପାକିସ୍ତାନକୁ ଦୃଢ ଜବାବ ଦିଆଯିବ ସହ ପାକିସ୍ତାନର ଲାହୋର ସହର ଉପରେ ଡ୍ରୋନ ଆଟାକ୍ କରିଛି ଭାରତ । ଭାରତୀୟ ନୌସେନା ଆକ୍ରମଣର ମୋର୍ଚ୍ଚା କେବଳ ସମ୍ଭାଳିି ନାହିଁ ବରଂ ପାକିସ୍ତାନର କରାଚି ବନ୍ଦର ଓ ଏହାର ରଣନୈତିକ କେନ୍ଦ୍ର ଉପରେ ଆକ୍ରମଣ କରିଛି । ଭାରତୀୟ ନୌସେନାର ହମଲାରେ କରାଚିରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହ ପାକିସ୍ତାନର ସମୁଦ୍ର ସୁରକ୍ଷାକୁ ବଡ ଝଟକା ଲାଗିଛି ।
Also read: ଏପଟେ ଯୁଦ୍ଧ, ସେପଟେ ପାକିସ୍ତାନ ସେନାରେ ବିଦ୍ରୋହ: ସେନା ମୁଖ୍ୟ ଅସିମ ମୁନୀର ଅଟକ !
ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରାଚି ବନ୍ଦର ଉପରେ ହମଲା କରିଥିଲା । ଦୀର୍ଘ ୫୪ ବର୍ଷ ପରେ ପରେ ପ୍ରଥମ ଥର ଭାରତୀୟ ନୌସେନା କରାଚି ବନ୍ଦରରେ ହମଲା କରିଛନ୍ତି । ଏହା ପୂର୍ବରୁ ଗୁରୁବାର ରାତିରେ ଜମ୍ମୁ, ପଠାନକୋଟ ଓ ଉଧମପୁର ସ୍ଥିତ ସାମରିକ ଘାଟି ସମେତ ଭାରତର ବିଭିନ୍ନ ପ୍ରତିଷ୍ଠାନ ଉପରେ ପାକିସ୍ତାନ ଡ୍ରୋନ ଓ ମିସାଇଲ ହମଲା କରିଥିଲା । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ପାକିସ୍ତାନର ମିସାଇଲକୁ ମାରି ତଳେ ଖସାଇବ ସହ ଗୋଟିଏ ଏଫ-୧୬ ଓ ଦୁଇଟି ଏଫ-୧୭ ଫାଇଟର ଜେଟକୁ ଧ୍ୱଂସ କରି ଦେଇଥିଲା । ଆଉ ଏବେ ସ୍ଥଳ, ଆକାଶ ଓ ଜଳପଥରୁ ପାକିସ୍ତାନ ଉପରେ ହମଲା କରିଛି ଭାରତ ।