ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଏକ କଠୋର ଉପଦେଶନାମା (ଆଡଭାଇଜରି) ଜାରି କରି ଖାଦ୍ୟ ବ୍ୟବସାୟଗୁଡ଼ିକୁ ପ୍ୟାକେଜିଂ, ଲେବଲ୍ ଏବଂ ବିଜ୍ଞାପନରେ "୧୦୦%" ଶବ୍ଦ ବ୍ୟବହାର ନକରିବାକୁ ଚେତାବନୀ ଦେଇଛନ୍ତି। ଏହାକୁ ସମ୍ଭାବ୍ୟ ଭ୍ରମାତ୍ମକ ଏବଂ ଆଇନର ପାଳନ କରାଯାଉ ନାହିଁ ବୋଲି ଧରି ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଆଜିକାଲି ବଜାରରେ ଖାଦ୍ୟ ଉତ୍ପାଦଗୁଡ଼ିକରେ "୧୦୦%" ଶବ୍ଦର ବ୍ୟବହାର ବହୁଳ ଭାବେ ବୃଦ୍ଧି ଘଟିଛି ବୋଲି କହି ଗୁରୁବାର ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଚିନ୍ତା ବ୍ୟକ୍ତ କରିଛନ୍ତି।
ଏହି ଶବ୍ଦ ଖାଦ୍ୟ ସୁରକ୍ଷା ଏବଂ ମାନକ (FSS) ଆଇନ, ନିୟମ କିମ୍ବା ନିୟମାବଳୀ ଅନୁଯାୟୀ ପରିଭାଷିତ ନୁହେଁ, ଏବଂ ଏହାର ବ୍ୟବହାର ଗ୍ରାହକମାନଙ୍କୁ ଉତ୍ପଦାର ସମ୍ପୂର୍ଣ୍ଣ ,ସୁଦ୍ଧତା, ଉଚ୍ଚମାନ କିମ୍ବା ଉତ୍ତମ ବିଷୟରେ ଏକ ଭୁଲ ଧାରଣା ଦେଇପାରେ ବୋଲି ଏଫଏସଏଆଇ କହିଛି। ଏପରି ଭାଷା, ଯଦିଓ ମାର୍କେଟିଂରେ ଆକର୍ଷଣୀୟ ବିନ୍ଦୁ ତେବେ FSSAI ନିୟମାବଳୀର ବୈଧାନିକ ଆବଶ୍ୟକତା ସହିତ ଏହା ମେଳ ଖାଉ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ପଢନ୍ତୁ- Indigoକୁ ଆଉ ୩ ମାସ ସମୟ ଦେଲେ DGCA, କହିଲେ-ତୁର୍କି ସହ ସମାପ୍ତ କର ଡିଲ
ଜାରି ହୋଇଥିବା ଉପଦେଶ ନାମାରେ ଚେତାବନୀ ଦେଇ କୁହାଯାଇଛି ଯେ ଯଦି ଏହି ଶବ୍ଦଟି ନିର୍ଦ୍ଦିଷ୍ଟ ଭାବରେ ପରିଭାଷିତ ନହୁଏ ତେବେ ଥିବା ଆଇନ ଅନୁଯାୟୀ ପ୍ରମାଣ ଦ୍ୱାରା ସମର୍ଥିତ ନହୁଏ ତେବେ "୧୦୦%" ବ୍ୟବହାର କରିବା ମିଥ୍ୟା ବିଜ୍ଞାପନ ହୋଇପାରେ। FSSAI ଖାଦ୍ୟ ସୁରକ୍ଷା ଏବଂ ମାନକ (ବିଜ୍ଞାପନ ଏବଂ ଦାବି) ନିୟମାବଳୀ, ୨୦୧୮ ରୁ ଦୁଇଟି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଗ୍ରହଣ କରିଛି।
ଗୋଟିଏ ହେଲା- ସବ-ରେଗୁଲେସନ ୪(୧), ଯାହା ଦର୍ଶାଏ ଯେ ଖାଦ୍ୟ ଲେବଲ୍ କିମ୍ବା ବିଜ୍ଞାପନ ଉପରେ କରାଯାଇଥିବା ସମସ୍ତ ଦାବି ସତ୍ୟ, ସ୍ପଷ୍ଟ, ଭ୍ରାମକ ନୁହେଁ ଏବଂ ଗ୍ରାହକମାନଙ୍କୁ ସୂଚନାଭିତ୍ତିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ଉଚିତ। ସେହିପରି ସବ-ରେଗୁଲେସନ ୧୦(୭): ଅନ୍ୟ ଉତ୍ପାଦଗୁଡ଼ିକର ମାନକୁ ଖରାପ କରି ଦେଖାଉଥିବା କିମ୍ବା ଗ୍ରାହକଙ୍କ ଧାରଣାକୁ ଭୁଲ୍ କରୁଥିବା ଯେକୌଣସି ଦାବି କିମ୍ବା ବିଜ୍ଞାପନକୁ ନିଷେଧ କରେ। ତେଣୁ ଯେ କୌଣସି ସଂଖ୍ୟାତ୍ମକ କିମ୍ବା ସମ୍ପୂର୍ଣ୍ଣ ଶବ୍ଦ, ବିଶେଷକରି କୌଣସି ପରିଭାଷା ନ ଦେଇ, ଅସ୍ପଷ୍ଟତା ଆଣେ ତେବେ ଏହା ଏହି ବ୍ୟବସ୍ଥାଗୁଡ଼ିକୁ ଉଲ୍ଲଂଘନ କରେ ବୋଲି FSSAI ଗୁରୁତ୍ୱାରୋପ କରିଛି।