ବାଂଶପାଳ ୨୩।୮: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ଲାଗି ରହିଛି । ଫଳରେ ବହୁ ନଦୀ ଓ ନାଳ ଫୁଲିବା ସହ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଶୁକ୍ରବାର ଠାରୁ ବର୍ଷା ଲାଗି ରହିଥିବାରୁ ଅଁରା ବ୍ରାହ୍ମଣୀ ନାଳ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ରାଇଗୋଡା ଠାରୁ ଅଁରାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପୋଲ ଉପରେ ଯାତାୟତ ଠପ୍ ହୋଇଯାଇଛି । ରାସ୍ତାର ଦୁଇ ପାର୍ଶ୍ଵରେ ଅଁରା ଶ୍ରୀ ମେଟାଲିକ କାରଖାନାକୁ ଆଇରନ ନେଇ ଯାଉଥିବା ଶତାଧିକ ଟ୍ରକ୍ ଗତକାଲି ଠାରୁ ଅଟକି ରହିଛନ୍ତି । ଗାଡି ଚାଳକ, ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପୋଲ ଉପରେ ନିର୍ଭର କରୁଥିବା ରାଇଗୋଡା, ଅଁରା, ଆମୁଣି, ବିନୀଦା ସମେତ ୧୦ ଖଣ୍ଡ ଗାଁ ଲୋକେ ଯାତାୟାତ କରିପାରୁ ନାହାନ୍ତି । ଫଳରେ ଶୁକ୍ରବାର ରାତିରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ସେହିପରି ଗୋନାଶିକା ବୈତରଣୀ ନଦୀ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗୋନାଶିକା ଠାରୁ କାଞ୍ଜିପାଣି ଓ ରାଇଡିହା ସମେତ ସ୍ଥାନୀୟ ଅଞ୍ଚଳର ୧୨ ଖଣ୍ଡ ଗାଁ ଲୋକେ ପ୍ରଭାବିତ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
You Can Read: