ଫୁଲିଛି ବୈତରଣୀ, ଅଶାନ୍ତ ଭୀମକୁଣ୍ଡ, ଘୋ ଘୋ ଗର୍ଜନ କରି ଆଗକୁ ମାଡି ଚାଲିଛି ବନ୍ୟାଜଳ

Published By : Prameya-News7 Bureau | July 27, 2025 IST

ପାଟଣା ୨୭।୦୭ :  ଫୁଲୁଛି ବୈତରଣୀ । ଅଶାନ୍ତ ହୋଇପଡିଛି ଭୀମକୁଣ୍ଡ । ଘୋ ଘୋ ଗର୍ଜନ କରି ଆଗକୁ ମାଡି ଚାଲିଛି ବନ୍ୟାଜଳ । ଦେଖନ୍ତୁ ଭିଜୁଆଲ୍‌ କିପରି ଅବିଶ୍ରାନ୍ତ ବର୍ଷାରେ କରାଳ ରୂପ ଦେଖାଉଛି ବୈତରଣୀ ନଦୀ । 

କେନ୍ଦୁଝର ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଫଳରେ ଫୁଲୁଛି ବୈତରଣୀ ନଦୀ । ଅନ୍ୟ ଦିନରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଶାନ୍ତ ଥିବା ଭୀମକୁଣ୍ଡର ପରିବେଶ ଆଜି ଅଶାନ୍ତ । ଘୋ ଘୋ ଗର୍ଜନ କରି ଅଶାନ୍ତ ହୋଇପଡିଛି ଭୀମକୁଣ୍ଡ । ତେବେ ବୈତରଣୀର ଏହି ରୂପ ଦେଖିବାକୁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଭୀମକୁଣ୍ଡର ଓ୍ୱାଚ୍‌ ଟାଓ୍ୱାର ଉପରକୁ ଯାଇ ସୌନ୍ଦର୍ଯ୍ୟ ସହ ବୈତରଣୀରେ ଆସିଥିବା ବନ୍ୟାଜଳର ଭୀମକାନ୍ତି ଦୃଶ୍ୟକୁ ଦେଖିବାକୁ ଲାଗିଛି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.