ଅଦାଲତ ଅବମାନନା ମାମଲାରୁ ମୁକୁଳିଲେ ୨ ବରିଷ୍ଠ ସଚିବ, ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଉଭୟ

NEWS7
flood-situation-in-dhanua-river-in-balipatna

କଟକ ୨୨।୧: ଅଦାଲତ ଅବମାନନା ମାମଲାରୁ ମୁକୁଳିଲେ ରାଜ୍ୟର ୨ ବରିଷ୍ଠ IAS ଅଧିକାରୀ । ଉଚ୍ଚଶିକ୍ଷା ସଚିବ ଏବଂ ଗଣଶିକ୍ଷା ସଚିବ ଉଭୟଙ୍କ ବିରୁଦ୍ଧରେ ଗତ ୧୬ ତାରିଖ ଦିନ ଗିରଫ ପରୱାନା ଜାରି କରିଥିଲେ ହାଇକୋର୍ଟ । ୨୨ ତାରିଖ ସୁଦ୍ଧା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲେ ଉଭୟଙ୍କୁ ଗିରଫ କରିବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ତେବେ ଉଭୟ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବା ନେଇ ସତ୍ୟପାଠ ଦାଖଲ କରାଯାଇଛି । ଉଭୟ ସଚିବ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲା ପରେ ଅଦାଲତ ଅବମାନନା ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।

କୁଜଙ୍ଗ କଲେଜର ଅବସରପ୍ରାପ୍ତ ରିଡର ତପନ ପଟ୍ଟନାୟକ ଏବଂ ବେଣୁଧର ଦାସ ନାମକ ଜଣେ ସରକାରୀ କର୍ମଚାରୀ ଉଭୟ ଉଚ୍ଚଶିକ୍ଷା ସଚିବ ଓ ଗଣଶିକ୍ଷା ସଚିବଙ୍କ ବିରୁଦ୍ଧରେ ୨ଟି ପୃଥକ ପୃଥକ ମାମଲା ଦାୟର କରିଥିଲେ । ତେବେ ସମାନ ଢ଼ଙ୍ଗରେ ଢେଙ୍କାନାଳ ଡିଇଓଙ୍କ ବିରୁଦ୍ଧରେ ମଧ୍ୟ ଗିରଫ ପରୱାନା ଜାରି ହୋଇଥିଲା । ତେବେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ସେ ମହଲତ ଲୋଡିଛନ୍ତି ଯାହାକୁ ମଞ୍ଜୁରୀ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୩୦ ତାରିଖ ଦିନ ଡିଇଓଙ୍କ ବିରୁଦ୍ଧରେ ଦାୟର ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ହେବ ।