LIVE TV

ଆକ୍ସନରେ କେନ୍ଦ୍ରାପଡ଼ା ପୋଲିସ, ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ବାଂଲାଦେଶୀ ଚିହ୍ନଟ

NEWS7
flood-in-mahanadi

କେନ୍ଦ୍ରାପଡ଼ା ୧୭।୧୧ : ଆକ୍ସନରେ ପୋଲିସ । ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀ ଧରାପଡ଼ିବା ପରେ କେନ୍ଦ୍ରାପଡ଼ା ପୋଲିସ ପୁରା ଆକ୍ସନକୁ ଆସିଛି । କେନ୍ଦ୍ରାପଡ଼ାରେ ଆରମ୍ଭ ହୋଇଛି ବାଂଲାଦେଶୀ ଯାଞ୍ଚ । ବିଭିନ୍ନ ସ୍ଥାନରେ ପୋଲିସ ବ୍ଲକିଂ ଚେକିଂ ଆରମ୍ଭ କରିଛି । ବିଭିନ୍ନ ଯାତ୍ରୀବାହୀ ବସ୍ ଓ ଅନ୍ୟ ଗାଡ଼ିମୋଟର ଯାଞ୍ଚ କରୁଛି ପୋଲିସ ।

ଖବର ଅନୁଯାୟୀ, ରବିବାର ରାତିରେ ଜଗତସିଂହପୁରରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ଲୁଚି ରହିଥିବାର ଖବର ପାଇଥିଲା ପୋଲିସ । ଏହାପରେ ଉକ୍ତ ଘରେ ଚଢାଉ କରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ କରିଥିଲେ ଅନୁପ୍ରବେଶକାରୀ । ଉଭୟ ପୋଲିସ ଓ ବାଂଲାଦେଶୀ ଧସ୍ତାଧସ୍ତି ହୋଇଥିଲେ । ଯେଉଁଥିରେ ଏକାଧିକ ପୋଲିସ କର୍ମୀ ଆହତ ହୋଇଥିଲେ । ଶେଷରେ ପୁରା ଆକ୍ସନ ମୋଡ଼କୁ ଆସିଥିଲା ପୋଲିସ । ବେଆଇନ୍ ଭାବେ ଉକ୍ତ ସ୍ଥାନରେ ରହିଥିବା ଘରକୁ ଭାଙ୍ଗିଛି ଜିଲ୍ଲା ପ୍ରଶାସନ । ବୁଲ୍ଡୋଜର ଲଗାଇ ବାଂଲାଦେଶୀ ଆଡ୍ଡାକୁ ମାଟିରେ ମିଶାଇଛି ପ୍ରଶାସନ । ଆଉ ଏବେ କେନ୍ଦ୍ରାପଡ଼ା ପୋଲିସ ପୁରା ଆକ୍ସନମୋଡ଼କୁ ଆସିଛି । ବିଭିନ୍ନ ସ୍ଥାନରେ ପୋଲିସ ବ୍ଲକିଂ ଚେକିଂ ଆରମ୍ଭ କରିଛି । ବିଭିନ୍ନ ଯାତ୍ରୀବାହୀ ବସ୍ ଓ ଅନ୍ୟ ଗାଡ଼ିମୋଟର ଯାଞ୍ଚ କରୁଛି ପୋଲିସ । ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରବେଶ ଓ ପଳାୟନ ଆଶଙ୍କା କରି ପୋଲିସ ଯାଞ୍ଚ କରୁଛି । ଜିଲ୍ଲାର ଦୁହୁରିଆ, ଗରାପୁର, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ଓ ମହାକାଳପଡ଼ା ଅଞ୍ଚଳରେ ଯାଞ୍ଚ କରୁଛି ପୋଲିସ ।