LIVE TV

ଶାହରୁଖ ଖାନଙ୍କ ଜନ୍ମଦିନରେ ଶଶି ଥରୁରଙ୍କ ଭବିଷ୍ୟବାଣୀ : ବଲିଉଡ୍‌ର ବାଦଶାହଙ୍କୁ ନେଇ କହିଲେ ...

NEWS7
flood-at-uttar-odisha

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଅଭିନେତା ଶାହରୁଖ ଖାନଙ୍କ ୬୦ତମ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଦେଇ ରବିବାର କହିଛନ୍ତି , ଏହି ଅଭିନେତାଙ୍କୁ ଦେଖି କେହି ଏହା କହି ପାରିବେ ନାହିଁ ଯେ, ସେ ୬୦ ବର୍ଷ ବୟସର ହୋଇଯାଇଛନ୍ତି। ଶାହରୁଖ ଖାନଙ୍କୁ ବଲିଉଡର ସବୁଠୁ ବଡ଼ ବାଦଶାହ ଦର୍ଶାଇ ଥରୁର କହିଛନ୍ତି , ସେ ବାସ୍ତବରେ ‘ ଦ କ୍ୟୁରିୟସ କେସ୍‌ ଅଫ୍‌ ବେଞ୍ଜାମିନ ବଟନ’ କାହାଣୀର ବାସ୍ତବ ଜୀବନର ଅଭିନେତା , ଯାହାଙ୍କ ବୟସ ବଢିବା ପରିବର୍ତ୍ତେ କମିବାରେ ଲାଗିଛି।

କେରଳର ତିରୁଅନନ୍ତପୁରମ୍‌ରୁ ସାଂସଦ ଥିବା ଥରୁର କହିଛନ୍ତି , ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କୁ ୬୦ ତମ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା , ସତ କହିବି ତ , ମୋତେ ଏହା ୬୦ର ଅଙ୍କ କିଛି ଅଧିକ ସନ୍ଦେହଜନକ ମନେହେଉଛି। ଥରୁର ମଜାଳିଆ ଢଙ୍ଗରେ କହିଛନ୍ତି , ସ୍ୱତନ୍ତ୍ର ଫ୍ୟାକ୍ଟ-ଚେକର ଓ ଫରେନ୍ସିକ୍‌ ଅଧିକାରୀଙ୍କ ଏକ ବିଶେଷ ଟିମ୍‌ ଏହି ‘୬୦ବର୍ଷ’ ଦାବିର ଯାଞ୍ଚ କରିଛନ୍ତି ଏବଂ ନିଷ୍କର୍ଷ ବାହାର କରିଛନ୍ତି ଯେ ଶାହରୁଖ ଖାନ ପ୍ରକୃତରେ ୬୦ ବର୍ଷର ହେଉଛନ୍ତି , ଏହାର କୌଣସି ପ୍ରମାଣ ମିଳୁନାହିଁ , ତଥା ଏବେ ବି ସେ କମ୍‌ ବୟସର ବ୍ୟକ୍ତି ଭଳି ଦେଖାଯାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଏଥିପାଇଁ ଏହି ଦାବି ଯେ, ଶାହରୁଖ ୬୦ ବର୍ଷ ବୟସର ହେଉଛନ୍ତି , ତଥ୍ୟ ଆଧାରରେ ସାବ୍ୟସ୍ତ କରାଯାଇ ପାରିବ ନାହିଁ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଜାଳିଆ ଅନ୍ଦାଜରେ କହିଛନ୍ତି , ମୋତେ ଲାଗୁଛି ଯେ, ଯେଉଁ ଅଫିସିଆଲି କାହାଣୀ କୁହାଯାଉଛି ,ତାହା ସତ୍ୟ ନୁହେଁ , ବାସ୍ତବରେ ଶାହରୁଖ ଖାନ ‘ଦ କ୍ୟୁରିୟସ୍‌  କେସ୍‌ ଅଫ୍‌ ବେଞ୍ଜାମିନ ବଟନ’ର ବାସ୍ତବିକ , ଦଶନ୍ଧି  ଯାଏ ଚାଲୁଥିବା ବିଶ୍ୱସ୍ତରୀୟ ବଲିଉଡ କାହାଣୀରେ ଅଭିନୟ କରୁଛନ୍ତି – କାରଣ ସେ ବୟସ ସହ ଯବାନ ହେଉଛନ୍ତି।

ସେ କହିଛନ୍ତି , ଟିକିଏ ପ୍ରମାଣ ଦେଖନ୍ତୁ , ଆଜି ତାଙ୍କର ଶକ୍ତିର ସ୍ତର ୨୦ ବର୍ଷ ପୂର୍ବର ତୁଳନାରେ ବହୁତ ଅଧିକ ଲାଗୁଛି। ତାଙ୍କର ହେୟାରଷ୍ଟାଇଲ ବର୍ଷ ପରେ ବର୍ଷ ଆହୁରି ଯବାନ ଲାଗୁଛି। ଏବଂ ମୁହଁରେ କୁଞ୍ଚନର କଥା ଯଦି କହିବା ତ ଭଲ ଲାଇଟିଂ ଟିମ୍‌ ସେସବୁକୁ ସହଜରେ ଗାଏବ କରିଦେଉଛନ୍ତି। ଥରୁର ଭବିଷ୍ୟବାଣୀ କରିଛନ୍ତି ଯେ, ଯେତେବେଳେ ଶାହରୁଖ ନିଜର ୭୦ ତମ ଜନ୍ମିଦିନ ପାଳିବେ ,ସେତେବେଳେ ସେ ୟଙ୍ଗ ଭୂମିକା ପାଇଁ ଅଡିସନ ଦେଉଥିଲେ।