ବଡ ଦିଦିଙ୍କୁ ଅଡୁଆ ହେଲା ଇଂରାଜୀ ପ୍ରଶ୍ନପତ୍ର, ଚାକିରି ନେଇଗଲା 'ମୋନାର କୁକୁର' !

NEWS7
flights-from-bhubaneswar-to-kuala-lumpur

ରାୟପୁର, ୧୨/୦୧:ପ୍ରଶ୍ନପତ୍ରରେ ସାଙ୍ଘାତିକ ଭୁଲ । ସସପେଣ୍ଡ ହେଲେ ବଡ ଦିଦି । ଆଉ ଜଣେ ଦିଦି ବି ସବୁଦିନ ପାଇଁ ବିଦା ହେଲେ । ଛତିଶଗଡ ରାୟପୁରରେ ଥିବା ସରକାରୀ ସ୍କୁଲର ପ୍ରଶ୍ନକୁ ନେଇ ଏବେ ସବୁଠି ଚର୍ଚ୍ଚା ।ଚତୁର୍ଥ ଶ୍ରେଣୀର ଇଂରାଜୀ ପରୀକ୍ଷାରେ ଏକ ପ୍ରଶ୍ନର ଉତ୍ତରରେ ଦିଆଯାଇଥିବା ବିକଳ୍ପରେ ରାମ ଲେଖାଯାଇଥିଲା । ଯାହା ପରେ ରାଜ୍ୟ ସରକାର ଆକ୍ସନ୍ ନେଇଥିବା ଜଣାପଡିଛି ।

ଣ ଥିଲା ପ୍ରଶ୍ନ?

ରିପୋର୍ଟ ଅନୁସାରେ, ପରୀକ୍ଷାରେ ମୋନାର କୁକୁର ନାମ କଣ ଥିଲା ବୋଲି ପଚରାଯାଇଥିଲା । ଏହାର ଚାରୋଟି ବିକଳ୍ପ ପ୍ରଦାନ କରାଯାଇଥିଲା । ବିକଳ୍ପ ଗୁଡିକ ଥିଲା ବାଲା, ସେରୁ, ରାମ ଏବଂ କୌଣସିଟି ନୁହେଁ । ଯାହାକୁ ନେଇ ବିବାଦ ବଢିଥିଲା ।

ପ୍ରଶ୍ନପତ୍ର ତିଆରି କରିଥିବା ଶିକ୍ଷୟତ୍ରୀ ବଡ ଦିଦିଙ୍କ କହିବାନୁସାରେ, ବିକଳ୍ପରେ ରାମୁ ଲେଖାଯାଇଥିଲା । ହେଲେ ଶେଷ ଅକ୍ଷର ଛାଡି ଯାଇଛି । ତେଣୁ ରାମୁ ରାମ ହୋଇଯାଇଛି । ମାମଲା ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । ଅନ୍ୟ ଦିଗରେ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ସହ ଅନ୍ୟ ହିନ୍ଦୁ ସଙ୍ଗଠନ ଏହାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଅର୍ଦ୍ଧବାର୍ଷିକ ପରୀକ୍ଷାର ପ୍ରଶ୍ନ

ରାୟପୁରରେ ଥିବା ସରକାରୀ ସ୍କୁଲମାନଙ୍କରେ ଅର୍ଦ୍ଧବାର୍ଷିକ ପରୀକ୍ଷା ଚାଲିଛି । ପ୍ରଶ୍ନ ପତ୍ର ତିଆରି କରିଥିବା ପ୍ରଧାନ ଶିକ୍ଷୟତ୍ରୀ ହେଲେ ନକଟୀ ଗ୍ରାମରେ ଥିବା ୟୁପି ସ୍କୁଲର ସିଖା ସୋନୀ । ସେହିପରି ପ୍ରଶ୍ନପତ୍ର ତିଆରିରେ ସାମିଲ ଥିବା ଅନ୍ୟ ଜଣେ ଶିକ୍ଷୟତ୍ରୀ ହେଲେ ନିମ୍ରତା ବର୍ମା ।

ସଫେଇ ଦେଲା ପରେ ଆକ୍ସନ

ପ୍ରଥମେ ଉଭୟ ବଡ ଦିଦି ଏବଂ ସହାୟକ ଶିକ୍ଷୟତ୍ରୀ ଟାଇପିଂ ମିଷ୍ଟେକ୍ ବୋଲି କହିଥିଲେ । ଏହାକୁ ସେମାନେ ନଜର ଦେଇନଥିବା ମଧ୍ୟ କହିଥିଲେ । କୌଣସି ଧାର୍ମିକ ଭାବନାକୁ ଆଘାତ କରିବା ସେମାନଙ୍କ ଲକ୍ଷ୍ୟ ନଥିବା ସଫେଇ ଦେଇଥିଲେ । କିନ୍ତୁ ବିରୋଧ ପ୍ରଦର୍ଶନ ପରେ ପ୍ରଶାସନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପଡିଥିଲା । ତେଣୁ ଘଟଣାର ଚାରିଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।