୩ କୋଟିର ଲଗଜୁରୀ କାର୍ କିଣିଲେ ବିକି କୌଶଲ: ଏହି କାର ପୂରା ଖାସ୍

NEWS7
five-women-injured-in-auto-accident-at-anandapur

ନୂଆଦିଲ୍ଲୀ:ବଲିଉଡ ଅଭିନେତା ବିକି କୌଶାଲ ଏବଂ ତାଙ୍କ ପତ୍ନୀ କଟ୍ରିନା କୈଫ୍ ନିକଟରେ ବାପାମା ହୋଇଛନ୍ତି। ନଭେମ୍ବର ୭ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଏହି ସିନେ ଦମ୍ପତି। ଏହି ଖୁସିରେ ନିଜ ଲାଇଫ୍ରେ ଟିକେ ଲଗଜୁରି ଯୋଡ଼ିଛନ୍ତି ଏହି ବିକି କୈଟ୍ରିନା। କାରଣ ବିକି କୌଶଲ ଏକ ଅଲ୍ଟ୍ରା ପ୍ରିମିୟମ ଲେକ୍ସସ ଏଲଏମ୩୫୦ଏଚଏସ(Lexus LM350h 4S) କାର୍ କିଣିଛନ୍ତି। ଯାହାର ମୂଲ୍ୟ ୩.୨୦ କୋଟି ଟଙ୍କା ରହିଛି।

ଗୁରୁବାର ସନ୍ଧ୍ୟାରେ କୌଶଲଙ୍କୁ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଲେକ୍ସସରେ ଏହି କାର୍ ଚଳାଇ ଆସିଥିଲେ। ଯେତେବେଳେ ସେ ଗାଡ଼ି ଚଳାଇ ଆସିଲେ ସେତେବେଳେ ସମସ୍ତଙ୍କ ନଜର ତାଙ୍କର ସେ ଲଗଜୁରୀ କାର୍ ଉପରେ ରହିଥିଲା। ଚାରି ସିଟ୍ ବିଶିଷ୍ଟ ଲେକ୍ସସ୍ କାର ଏହାର ଆରାମଦାୟକ ଭିତର ସାଜସଜ୍ଜା ଏବଂ ଫାଷ୍ଟ କ୍ଲାସ୍ କମ୍ଫର୍ଟ ପାଇଁ ଜଣାଶୁଣା। ଏହା ଭାରତରେ ଉପଲବ୍ଧ ସବୁଠାରୁ ମହଙ୍ଗା MPV ମଧ୍ୟରୁ ଗୋଟିଏ ବୋଲି କୁହାଯାଏ।

ତେବେ ନୂଆ ନୂଆ ବାପା ହେବା ପରେ ବିକି କୌଶଲ ପିତୃତ୍ୱକୁ ନେଇ ଖୁସୀ ଜାହିର କରିଛନ୍ତି। ଏହି ବର୍ଷ ମୋର ବାପା ହେବା ମୋ ପାଇଁ ୨୦୨୫ର ସବୁଠାରୁ ବଡ଼ ମୁହୂର୍ତ୍ତ ବୋଲି କହିଥିଲେ। ଏହା କୌଣସି ଯାଦୁ ଠାରୁ କମ ନୁହେଁ।

ବିକି ଆହୁରି କହିଥିଲେ “ମୁଁ ସବୁବେଳେ ଭାବୁଥିଲି ଯେ ଯେତେବେଳେ ସମୟ ଆସିବ, ମୁଁ ବହୁତ ଭାବପ୍ରବଣ ଏବଂ ଆନନ୍ଦିତ ହେବି, କିନ୍ତୁ ପ୍ରକୃତରେ ଏହା ମୋ ଜୀବନର ସବୁଠାରୁ ଦୃଢ଼ ମୁହୂର୍ତ୍ତ ଥିଲା।”

ବିକିଙ୍କ ସିନେମା ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ ପିରିୟଡ୍ ଡ୍ରାମା "ଛାଭା" ରେ ନଜର ଆସିଥିଲେ। ବର୍ତ୍ତମାନ ସେ ସଞ୍ଜୟ ଲୀଲା ବଂଶାଲିଙ୍କ "ଲଭ୍ ଆଣ୍ଡ୍ ୱାର" ରେ ବ୍ୟସ୍ତ ଅଛନ୍ତି। ଯେଉଁଥିରେ ସେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ଅଭିନୟ କରିଛନ୍ତି। ଅନ୍ୟପଟେ କ୍ୟାଟ୍ରିନା କୈଫଙ୍କୁ ଶେଷ ଥର ପାଇଁ ବିଜୟ ସେଥୁପତିଙ୍କ ବିପକ୍ଷରେ ୨୦୨୪ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ "ମେରି ଖ୍ରୀଷ୍ଟମାସ" ରେ ଦେଖିବାକୁ ମିଳିଥିଲା।