Expensive Number Plate: ୨ କୋଟିରୁ ଅଧିକ ବିକ୍ରି ହେଲା, ସ୍ଥାପନ କଲା ନୂଆ ରେକର୍ଡ

NEWS7
five-gurutara-in-bus-truck-drughatana-in-sambalpur

ନୂଆଦିଲ୍ଲୀ ୦୩/୦୨: ବିଳାସପୂର୍ଣ୍ଣ କାର ସହିତ, ଫ୍ୟାନ୍ସି ଓ ଭିଆଇପି ନମ୍ବର ପ୍ଲେଟ୍ ପାଇଁ କ୍ରେଜ୍ ମଧ୍ୟ ଭାରତରେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହାର ଏକ ପ୍ରମୁଖ ଉଦାହରଣ ହେଉଛି ଆନ୍ଧ୍ରପ୍ରଦେଶରେ ରେକର୍ଡ ବ୍ରେକ୍ ନିଲାମ । ଯେଉଁଠାରେ 'DDC 001' ନମ୍ବର ପ୍ଲେଟ୍ ₹୨.୦୮ କୋଟିରେ ବିକ୍ରି ହୋଇଛି । ଯାହା ଭାରତର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ ପାଲଟିଛି। ଏହି ଐତିହାସିକ ଡିଲ୍ ବିଗ୍ ବୟ ଟୟସ୍ (BBT)ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମୟରେ ହୋଇଥିଲା । ଯେଉଁଠାରେ ଆନ୍ଧ୍ରପ୍ରଦେଶର କିରଣ କୋଲପାକୁଲା ଏହାକୁ ଜତିନ ଆହୁଜାଙ୍କଠାରୁ କିଣିଥିଲେ।

ବିଗ୍ ବୟ ଟଏଡ୍ର ପ୍ରତିଷ୍ଠାତା ଓ ପ୍ରବନ୍ଧନ ନିର୍ଦ୍ଦେଶକ ଜତିନ ଆହୁଜାଙ୍କ ପାଖରେ ଏହି ନମ୍ବର ପ୍ଲେଟ୍ ଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଗ୍ରାହକ କିରଣ କୋଲପାକୁଲା ସର୍ବାଧିକ ୨,୦୮ କୋଟି ଟଙ୍କା ନିଲାମ ଡାକିଥିଲେ। ଏଥିସହିତ ‘ଡିଡିସି c୦୦୧’ ନମ୍ବର ପ୍ଲେଟ୍ ଭାରତରେ ଅଦ୍ୟାବଧି ନିଲାମ ହୋଇଥିବା ସବୁଠୁ ମହଙ୍ଗା ପଞ୍ଜିକୃତ ପ୍ଲେଟ୍ ହୋଇଛି । ଜତିନ ଆହୁଜା ଗଣମାଧ୍ୟମକୁ କହିଛନ୍ତି, ସଂଗ୍ରାହକ ଏବେ କେବଳ କାର ନୁହେଁ, ଏହା ସହ ଜଡ଼ିତ ଦୁର୍ଲଭ ଓ ମୂଲ୍ୟବନ ଉପକରଣ ପ୍ରତି ମଧ୍ୟ ରୁଚି ଦେଖାଇଛନ୍ତି ।

ବିଗ୍ ବୟ ଟଏଡ୍ର ଔପଚାରିକ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ୍ରେ ଦେଶର ଏହି ସବୁଠୁ ମହଙ୍ଗା ନିଲାମର କିଛି ଫଟୋ ଶେୟାର କରାଯାଇଛି । ଏହା ପୂର୍ବରୁ ଭାରତର ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍ ରେକର୍ଡ ‘ଏଚ୍ଆର୍୮୮ବି୮୮୮୮’ ନାଁରେ ଥିଲା। ଗତ ନଭେମ୍ବରରେ ଏକ ସରକାରୀ ନିଲାମରେ ତାହା ୧.୧୭ କୋଟିରେ ବିକ୍ରି ହୋଇଥିଲା । ତା’ପୂର୍ବରୁ ‘କେଏଲ୍ ୦୭ ଡିଜି ୦୦୦୭' ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍ ଭାବେ ୪୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।