ଟ୍ରକ୍ ସହ ସବାରି ମୁହାଁମୁହିଁ ଧକ୍କା : ୫ ଗୁରୁତର, ୨୦ରୁ ଅଧିକ ଆହତ

Published By : Prameya-News7 Bureau | July 11, 2024 IST

କେନ୍ଦୁଝର ୧୧: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଧାନଗଦି ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ ୧୨ ଚକିଆ ଟ୍ରକ୍ ସହ ଯାତ୍ରୀବାହୀ ସବାରି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୫ ଜଣ ଗୁରୁତର ହୋଇପଡ଼ିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ପାଲଲହଡ଼ା ଥାନା କଇରା ଗ୍ରାମର ପାଖାପାଖି ୨୮ ଜଣ ଯାତ୍ରୀ ବାଂଶପାଳ ସାପ୍ତାହିକ ହାଟରୁ ସଉଦା କିଣି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶୀକାର ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଂଶପାଳ ମେଡିକାଲକୁ ପଠାଇଥିଲେ । ୫ ଗୁରୁତରଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତ ମାନେ ବାଂଶପାଳ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କ ମଧ୍ୟରୁ ସବାରି ଚାଳକ ବାଲରାଇ ଗ୍ରାମର ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଓ ଆହତ ମାନେ କଇରା ଗ୍ରାମର ବୋଲି ଜଣାପଡିଛି । ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।

You Can Read:

ହଦଗଡ ଡ୍ଯାମ୍‌ରେ ପଡିଛି ତାଲା, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.