ଚୌଦ୍ୱାରରେ ଚାଞ୍ଚଲ୍ୟ, ଦୁଇ ଦିନ ତଳେ ନିଖୋଜ ଥିଲେ, ଆସିଲା ମୃତ୍ୟୁ ଖବର

NEWS7
five-corona-patient-recovered-in-odisha

ଚୌଦ୍ୱାର ୧୨/୦୩: ଚୌଦ୍ବାରରେ ଚାଞ୍ଚଲ୍ୟକର ଘଟଣା। ବିରୂପା ନଦୀରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ। ମୃତକ ହେଲେ ଚୌଦ୍ବାର ମଣ୍ଡାପଡ଼ା ଗାଁର ଦେବାଶିଷ ଓ ଶୁଭାଶିଷ ସାହୁ । ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଚୌଦ୍ବାର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ ପଠାଇଛି ପୋଲିସ। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତଦନ୍ତ କରୁଛି ପୋଲିସ୍।

also read..

ଲୋକଙ୍କୁ ଏବେ ଜାଳେଣି ଭାଳେଣି, ରାଜଧାନୀରେ କାଠ ମହଙ୍ଗା, କିଣିବାକୁ ଲାଗିଛି ଲୋକଙ୍କ ଭିଡ଼

ସୂଚନା ଥାଉକି, ଗତ ଦୁଇ ଦିନ ତଳେ ଚୌଦ୍ଵାର ବିରୂପା ବ୍ୟାରେଜ୍ ନିକଟରେ ଗାଡି ରଖି କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ହେଲେ ଆଜି ସକାଳୁ ବିରୂପା ନଦୀରୁ ମିଳିଛି ଉଭୟଙ୍କ ମୃତଦେହ । ତେବେ ମୃତଦେହ ଉଦ୍ଧାର ପରେ ଉକ୍ତ ଦୁଇ ଯୁବକ ପାଣିରେ ବୁଡିଯାଇଥିବା ଅନୁମାନ କରାଯାଉଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।