ଭୁବନେଶ୍ବର ୨୯।୫: ରାଜ୍ୟରେ କୋଭିଡ୍ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, କୋଭିଡ୍ ମାମଲା ବଢିନି । ସେହି ୫ ମାମଲା ରିପୋର୍ଟ ହୋଇଛି । ନୂଆ କେସ୍ ଆସିନି । ସତର୍କ ଓ ସଜାଗ ରହିବା ସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । ଯାହା ମାମଲା ଅଛି, ତାହା ଗମ୍ଭୀର ନୁହେଁ, ଲକ୍ଷଣ କମ୍ ଅଛି । ସେମାନଙ୍କ ଭିତରୁ ଦୁଇ ତିନି ଜଣଙ୍କ ରାଜ୍ୟ ବାହାର ଟ୍ରାଭେଲ ହିଷ୍ଟ୍ରି ଅଛି । ବାକି ବାହାରକୁ ଯାଇ ନାହାନ୍ତି । ବଡ଼ ସଂକ୍ରମଣ ବା ରୋଗ ହେଲେ ଯାଇ ଜେନମ ସିକୁଏନ୍ସିଂ କରାଯିବ । ଖୋର୍ଦ୍ଧାରେ ଟେଷ୍ଟିଂ ସୁବିଧା ଅଛି । ଘରୋଇ ହସ୍ପିଟାଲ ବି ଅଛି । ଖୋର୍ଦ୍ଧାର ସ୍ୱାସ୍ଥ୍ୟସେବା ଉପରେ ଲୋକଙ୍କ ଭରସା ଅଛି । ଏଥିରେ ଭୁବନେଶ୍ୱର ବି ଅଛି । RTPCR ମେସିନ ସବୁ କାମ କରୁଛି । ଏହାକି ପ୍ରସ୍ତୁତ ରଖିବାକୁ ଟାର୍ଗେଟ ଦିଆଯାଇଛି । ଅକ୍ସିଜେନ ପ୍ଲାଣ୍ଟ ବ୍ୟବସ୍ଥା ବି ଠିକ୍ ଅଛି । ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା । ସବୁ ପହଞ୍ଚି ଯାଇଛି । ଅଧିକାଂଶ RTPCR କିଟ୍ ଅଛି । ତେବେ କେତେ କିଟ୍ ପହଁଚିଛି, ସେ ସଂଖ୍ୟା କହିଲେ ଲୋକେ ଆତଙ୍କିତ ହୋଇଯିବେ । ଆବଶ୍ୟକ ଅନୁସାରେ କିଟ୍ ଦିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
You Can Read:
ଦେଶର ପ୍ରଥମ ରାଜ୍ୟ ଭାବେ AI ନୀତି ଆଣିବାକୁ ଯାଉଛି ଓଡ଼ିଶା, ଏହାଦ୍ବାରା ମିଳିବ ଏସବୁ ସୁବିଧା