ରାତି ଜଗୁଆଳିଙ୍କୁ ମରଣାନ୍ତକ ଆକ୍ରମଣ : ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

Published By : Prameya-News7 Bureau | June 06, 2025 IST

ଆଠଗଡ଼ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାରେ ଅଳଙ୍କାର ଦୋକାନ ରାତି ଜଗୁଆଳିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ଦୁଇ ଜଣ ଗିରଫ । ଗୁରୁବାର ମୁଖ୍ୟ ଅଭିଯୁକ୍ତ ତିଗିରିଆ ଥାନା ଅନ୍ତର୍ଗତ ବେଲଅଣ୍ଟା ଗ୍ରାମର ସୌମ୍ୟ ରଞ୍ଜନ ରାଉତ ସହ ସହଯୋଗୀ ଶ୍ରୀକାନ୍ତ ରାଉତକୁ କୋର୍ଟ ଚାଲାଣ କରିଛି ତିଗିରିଆ ପୋଲିସ । ଏହି ଘଟଣାରେ ବୁଧବାର ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଖୁବ୍‌ଶୀଘ୍ର ତାକୁ ଧରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ରାତି ପ୍ରାୟ ୧୨ଟା ସମୟରେ ଏକ ଗହଣା ଦୋକାନର ରାତ୍ର ଜଗୁଆଳି ବେଲଅଣ୍ଟା ଗ୍ରାମର ନରେଶ ନାୟକ ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ମାନେ ଠେଙ୍ଗାରେ ମାଡ଼ ମାରିବା ସହ ଗାଳିଗୁଲଜ କରି ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଦୋକାନ ଉପର ମହଲାରୁ ପାଟି ତୁଣ୍ଡ ଶୁଣି ଘଟଣାସ୍ଥଳକୁ ଆସିଥିବା ସିକ୍ୟୁରିଟି ଗାର୍ଡକୁ ମଧ୍ୟ ମାରପିଟ କରିଥିଲେ । ମରଣାନ୍ତକ ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା l ଘଟଣାକୁ ନେଇ ନରେଶ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏତଲାକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ବୁଧବାର ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୁରୁବାର ବିଶେଷ ସୂତ୍ରରୁ ଖବର ପାଇ ପାଞ୍ଚଗାଁ ଅଞ୍ଚଳରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ସହ ଆଉ ଜଣେ ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ମୋଟ୍ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

You Can Read:

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିବାହ ଉତ୍ସବ, ବନ୍ଦ ରହିବ ସାଧାରଣ ଦର୍ଶନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.