ଦେଶର ଅର୍ଥନୀତି ଉପରେ ଫିଚ୍‌ର ନୂଆ ଅନୁମାନ, ୨୦୨୮ ଯାଏ ଏହି ହାରରେ ହେବ ଅଭିବୃଦ୍ଧି

Published By : Prameya-News7 Bureau | May 22, 2025 IST

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ଆଗାମୀ କିଛି ବର୍ଷ ଯାଏ ଦୃଢତାର ସହ ବଢିବ । ଫିଚ୍ ରେଟିଙ୍ଗ୍ସ ୨୦୨୮ ଯାଏଁ ଭାରତ ହାରାହାରି ବାର୍ଷିକ ଅଭିବୃଦ୍ଧି ଅନୁମାନ ବଢାଇ ୬.୪ ପ୍ରତିଶତ କରିଛି । ରେଟିଂ ଏଜେନ୍ସି ୨୦୨୩ ନଭେମ୍ୱରରେ ଏହି ବୃଦ୍ଧି ୬.୨ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା ।

ଫିଚ୍ ପାଞ୍ଚ ବର୍ଷରେ ସମ୍ଭାବିତ ସକଳ ଘରୋଇ ଉତ୍ପାଦ (ଜିଡିପି) ଅନୁମାନକୁ ସଂଶୋଧିତ କରି କହିଛି, ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୩ର ରିପୋର୍ଟ ସମୟରେ ଆମ ଅନୁମାନଠାରୁ ଭଲ ପ୍ରଦର୍ଶନ କରୁଛି । ଏହା ବୈଶ୍ୱିକ ମହାମାରୀର କମ ପ୍ରତିକୂଳ ପ୍ରଭାବର ସଂକେତ ଦେଉଛି । ନିଜର ସଂଶୋଧିତ ଅନୁମାନରେ ଫିଚ୍ ୨୦୨୩-୨୦୨୮ ପାଇଁ ଭାରତର ହାରାହାରି ବୃଦ୍ଧି ଅନୁମାନକୁ ୬.୨ ପ୍ରତିଶତରୁ ବଢାଇ ୬.୪ ପ୍ରତିଶତ କରିଛି । ଏଥିରେ କୁହାଯାଇଛି, ଫିଚ୍ ରେଟିଂ ବୈଶ୍ୱିକ ଆର୍ଥିକ ପରିଦୃଶ୍ୟରେ ସାମିଲ ୧୦ ବିକଶିତ ଅର୍ଥବ୍ୟବସ୍ଥା ପାଇଁ ଆଗାମୀ ପାଞ୍ଚ ବର୍ଷ ପାଇଁ ନିଜ ମଧ୍ୟମ ଅବଧି ସମ୍ଭାବିତ ଜିଡିପିକୁ ସାମନ୍ୟ କମ କରିଛି । 

ନିକଟରେ ଅନ୍ତର୍ଜାତୀୟ ଏଜେନ୍ସି ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ବୃଦ୍ଧି ଅନୁମାନକୁ ୦.୫ ପ୍ରତିଶତ ଯାଏ ହ୍ରାସ କରିଥିଲା । ଆମେରିକାର ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଭୟ, ଚୀନର ଅଭିବୃଦ୍ଧକୁ ଝଟକା ଲାଗିବା ଓ ବୈଶ୍ୱିକ ସ୍ତରରେ ଦେଶଗୁଡ଼ିକର ଆର୍ଥିକ ବିଧିବିଧି ଧିମେଇବା ସତ୍ତ୍ୱେ ଭାରତ ଚଳିତ ବର୍ଷ ୬.୨-୬.୭ ପ୍ରତିଶତ ହାରରେ ବଢିପାରେ । ଆଇଏମ୍‌ଏଫ୍ ଓ ବିଶ୍ୱ ବ୍ୟାଙ୍କ ଆର୍ଥିକ ବର୍ଷ ୨୬ ପାଇଁ ଭାରତର ବୃଦ୍ଧି ଅନୁମାନକୁ ହ୍ରାସ କରି ଯଥାକ୍ରମେ ୬.୨ ପ୍ରତିଶତ ଓ ୬.୩ ପ୍ରତିଶତ କରିଛି । ପୂର୍ବରୁ ଏହି ଅନୁମାନ ଯଥାକ୍ରମେ ୬.୫ ଓ ୬.୭ ପ୍ରତିଶତ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.