ପାଟଣା ୧୫।୬: ସମୁଦ୍ରରେ ମାଛ ଧରିବାକୁ ସରକାରଙ୍କ ତରଫରୁ ଲାଗିଥିବା କଟକଣା ଉଠିବା ପରେ ଚଳଚଞ୍ଚଳ ହୋଇଉଠିଛି ପାରାଦୀପ ମାଛଧରା ବନ୍ଦର । କିଛି ବୋଟ୍ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଆଉ କିଛି ବୋଟ୍ ମାଛ ଧରିବାକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମାଛ ବଂଶ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ମାସ ଧରି ସମୁଦ୍ରରେ ମାଛଧରା ଉପରେ ଲାଗିଥିବା କଟକଣା ଉଠିଯାଇଛି । ଫଳରେ ପାରାଦୀପ ମାଛଧରା ବନ୍ଦର ମଧ୍ୟରୁ ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ବୋଟ୍ ସମୁଦ୍ରକୁ ମାଛ ଧରିବାକୁ ବାହାରିଛନ୍ତି ।
ତେବେ ବିଗତ କିଛି ବର୍ଷ ହେବ ଭାରତବର୍ଷରେ ରହିଥିବା ପ୍ରମୁଖ ମାଛଧରା ବନ୍ଦର ମାନଙ୍କ ମଧ୍ୟରୁ ଏକ ସ୍ୱତନ୍ତ୍ର ପରିଚୟ ପାଇଥିବା ପାରାଦୀପ ମାଛଧରା ବନ୍ଦରର ମତ୍ସ୍ୟ ବ୍ୟବସାୟ କ୍ଷତିରେ ଚାଲୁଛି । ଦୁଇ ମାସର କଟକଣା ସରିବା ପୂର୍ବରୁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ହୋମଯଜ୍ଞ କରାଯାଇ ଠାକୁରଙ୍କ ଆର୍ଶୀବାଦ ନେଇ ବୋଟ୍ କର୍ମଚାରୀମାନେ ବୋଟ୍ ଗୁଡିକରେ ତେଲ ଠାରୁ ଆରମ୍ଭ କରି ବରଫ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ପ୍ରସ୍ତୁତ କରିସାରିଛନ୍ତି ।
You Can Read:
ବାଙ୍କୀରେ ୨୬ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ, ସ୍ଥିତି ଅନୁଧ୍ୟାନ କରୁଛନ୍ତି ମେଡିକାଲ ଟିମ୍