ଭୋଗରାଇ ୩୦।୫: କଟକଣା ସତ୍ତ୍ବେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ । ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ । ଭାରତୀୟ ପାଣିପାଗ ବିଭାଗର ସୂଚନା ଓ ମତ୍ସ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୫ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଏଭଳି ପରିସ୍ଥିତିରେ ନିୟମକୁ ଫୁ କରି ଜୀବନକୁ ବାଜି ଲଗାଇ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି ମତ୍ସ୍ୟଜୀବୀ । ସାମୁଦ୍ରିକ ଥାନା ପୋଲିସ କିମ୍ବା ମତ୍ସ୍ୟ ବିଭାଗର କୌଣସି ଧ୍ୟାନ ନାହିଁ ।
ଭୋଗରାଇର ଉଦୟପୁର, ତାଳସାରୀ, ଋଣସିଂହପୁର ଓ କୀର୍ତନିଆ ମତ୍ସ୍ୟ ଅବତରଣ କେନ୍ଦ୍ରମାନଙ୍କରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନ କରାଯିବା ସହିତ ସମୁଦ୍ରରୁ ମାଛଧରା ଉପରେ କଟକଣା ଲଗାଯାଇଛି । ମାତ୍ର ତାଳସାରୀ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା’ ମଙ୍ଗଳା-୨ ନାମକ ଏକ ଡଙ୍ଗା ମାଛ ଧରି କୂଳକୁ ଫେରି ବିକ୍ରି କରୁଥିବା ବେଳେ ତାଳସାରୀ ବେଳାଭୂମିରେ ୨୪ ଘଣ୍ଟିଆ ପୋଲିସ ପହରା ରହିଥିଲେ ମଧ୍ୟ ହାତ ବାନ୍ଧି ବସିଛି ପ୍ରଶାସନ । ଏହାଛଡ଼ା ଜଣେ ସହକାରୀ ମତ୍ସ୍ୟ ଅଧିକାରୀ ଓ ୨୦ ଜଣ ସାଗର ମିତ୍ର ମଧ୍ୟ କାର୍ଯ୍ୟ କରୁଛନ୍ତି । ତଥାପି ଏମାନଙ୍କ ଉପରେ କୌଣସି ନଜର ନାହିଁ । ପ୍ରାୟ ୫ ଜଣ ମତ୍ସ୍ୟଜୀବୀ ମାଛ ଧରି କୂଳକୁ ଫେରିଥିବା ଦେଖିବାକୁ ମିଳିଥିଲା ।
You Can Read:
କୁବେର ବାବୁଙ୍କ ଘରେ ଟଙ୍କାର ପାହାଡ: ହାଲିଆ ହେଲେ ଅଧିକାରୀ, ଆସିଲା ମେସିନ୍