ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ପ୍ରଥମ ବୈଠକ; କମ୍ପ୍ରେସିଭ ମୋବିଲିଟି ପ୍ଲାନ, ନୂଆ ଢାଞ୍ଚା ଉପରେ ଆଲୋଚନା

Published By : Prameya-News7 Bureau | July 16, 2025 IST

ଭୁବନେଶ୍ବର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରୋଜେକ୍ଟ ପାଇଁ ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ ବୈଠକ ଲୋକସେବା ଭବନ କନଫରେନ୍ସ ହଲରେ  ଅନୁଷ୍ଠିତ ହୋଇଯାଇଛି।  

ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ମୋବିଲିଟି ଓ ପରବର୍ତ୍ତୀ ପଦକ୍ଷେପ କଣ ରହିବ ସେନେଇ ବୈଠକରେ ଆନ୍ତଃ ବିଭାଗୀୟ ସମନ୍ୱୟ ବିଷୟରେ ଆଲୋଚନା କରାଯାଇଛି । ଏଥି ସହିତ ଭୁବନେଶ୍ୱର ସହରର ଦୃଢ଼ ଓ ଦକ୍ଷ ସାର୍ବଜନୀନ ପରିବହନ ବ୍ୟବସ୍ଥା, ସୁଗମ ଟ୍ରାଫିକ ପରିଚାଳନା ନିମନ୍ତେ କମ୍ପ୍ରେସିଭ ମୋବିଲିଟି ପ୍ଲାନ, ରେଳ- ସଡ଼କ ପରିବର୍ତ୍ତନ ପଥ ବିଷୟରେ ବୈଠକରେ ଆଲୋଚନା କରାଯାଇଛି । ଜନସାଧାରଣଙ୍କ ହିତ ଓ ଟ୍ରାଫିକ ଡ଼ିକଞ୍ଜେକ୍ସନକୁ ଦୃଷ୍ଟିରେ ରଖି ମେଟ୍ରୋ ପ୍ରକଳ୍ପ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏନେଇ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନର ସିଇଓ କଲ୍ୟାଣ ପଟ୍ଟନାୟକ, ବିକାଶ କୁମାର, ପ୍ରମିତ ଗର୍ଗ ପ୍ରମୁଖଙ୍କ ସହ ଆଲୋଚନା କରାଯାଇଛି ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ସବ୍ କମିଟି ଗଠନ କରାଯାଇଥିଲା, ଯେଉଁଥିରେ  ଯାହାର ଚେୟାରମ୍ୟାନ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଛନ୍ତି ।

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବୈଠକରେ ଯୋଗଦେଇ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।   ପ୍ରମୁଖ ଶାସନ ସଚିବ ମନୋଜ ଆହୁଜା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ନଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ ବୈଠକରେ ଉପସ୍ଥିତ ନିଜର ମତାମତ ଉପସ୍ଥାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.