ମୁମ୍ଵାଇ ୦୨।୦୨; ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ। ଖୁବଶୀଘ୍ର ସେ ବଲିଉଡରେ ଡେବ୍ୟୁ କରିବେ । ବର୍ତ୍ତମାନ ତାଙ୍କ ଫିଲ୍ମର ଘୋଷଣା ହୋଇଛି ଟାଇଟାଲ । ତେବେ ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମର ନାମ 'ନାଦାନିଆଁ' ଘୋଷଣା ହୋଇଛି । ଯେଉଁଥିରେ ଇବ୍ରାହିମ ଏବଂ ଖୁସୀ କପୁରଙ୍କ ଯୋଡ଼ି ଦେଖିବାକୁ ମିଳିବ ।
କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରରେ ଇବ୍ରାହିମ ଏବଂ ଖୁସୀଙ୍କ ଦମ୍ଦାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ପୋଷ୍ଟରକୁ ସେୟାର କରି କରଣ କ୍ୟାପସନରେ ଲେଖିଛନ୍ତି, "ପ୍ରତ୍ୟେକ ପ୍ରେମ କାହାଣୀରେ ଟିକେ ନିର୍ଦ୍ଦୋଶତା ଥାଏ । ଇବ୍ରାହିମ୍ ଅଲି ଖାନ ଏବଂ ଖୁସି କପୁର ସ୍କ୍ରିନରେ ଦେଖିବାକୁ ପ୍ରସ୍ତୁତ ହୁଅନ୍ତୁ। Netflixରେ ତାଙ୍କ ଫିଲ୍ମ 'ନାଦାନିଆଁ' ରିଲିଜ ହେବ ।
ଏହି ଫିଲ୍ମ ସହ ଇବ୍ରାହିମ ବଲିଉଡରେ ଡେବ୍ୟୁ କରୁଥିବା ବେଳେ ପ୍ରଥମ ଥର ପାଇଁ ଖୁସୀ ଏବଂ ତାଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ମିଳିବ । ଶୌନା ଗୌତମ ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମଟି କରଣ ଜୋହର, ଅପୂର୍ବ ମେହେତା ଏବଂ ସୋମେନ ମିଶ୍ରଙ୍କ ଦ୍ୱାରା ପ୍ରଯୋଜିତ । ଏହି ଫିଲ୍ମଟି OTTର ପ୍ଲାଟଫର୍ମ Netflixରେ ମୁକ୍ତିଲାଭ କରିବ । ହେଲେ ବର୍ତ୍ତମାନ ଯାଏଁ ଫିଲ୍ମ ରିଲିଜକୁ ନେଇ କୌଣସି ତାରିଖ ଘୋଷଣା ହୋଇନି। 'ନାଦାନିଆଁ'ର କାହାଣୀ ଏକ ଲଭଷ୍ଟୋରୀ ଫିଲ୍ମ ।