ଅମରନାଥ ଯାତ୍ରା ପାଇଁ ପହଲଗାମ ପହଞ୍ଚିଲା ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ

Published By : Prameya-News7 Bureau | July 02, 2025 IST

ପହଲଗାମ ୨।୭: ଅମରନାଥ ଯାତ୍ରା ୨୦୨୫ ଆସ୍ଥା ଓ ସାହାସର ନୂଆ ଉଦାହରଣ ସୃଷ୍ଟି କରିଛି। ଜମ୍ମୁ-କାଶ୍ମୀରର ପହଲଗାମ ଯେଉଁଠି ୨୨ ଏପ୍ରିଲରେ ଆତଙ୍କବାଦୀ ଆକ୍ରମଣ କରି ଦେଶକୁ ଦୋହଲାଇ ଦେଇଥିଲେ ଆଜି ସେହି ସ୍ଥାନ ପୁଣି ଥରେ ଭକ୍ତି ଭାବରେ ଉଛୁଳି ଉଠୁଛି। ଆତଙ୍କବାଦୀଙ୍କ ଆକ୍ରମଣରେ ୨୫ ଭାରତୀୟ ଓ ଜଣେ ନେପାଳୀ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ତେବେ ଆତଙ୍କର ଡରକୁ ବେଖାତିର କରି ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ୨ ଜୁଲାଇ ବୁଧବାର ପହଲଗାମ ବେସ୍ କ୍ୟାମ୍ପକୁ ପହଞ୍ଚିଛି। 


ବେସ୍ କ୍ୟାମ୍ପରେ ବ୍ୟବସ୍ଥା ଶ୍ରଦ୍ଧାଳୁ ବେଶ୍ ପ୍ରଶଂସା କରିଛନ୍ତି। ଏଠାରେ ସୁରକ୍ଷାର ମଧ୍ୟ କଡ଼ା ବ୍ୟବସ୍ଥା ହୋଇଛି ପ୍ରଥମ ଦଳରେ ପହଞ୍ଚିଥିବା ତୀର୍ଥ ଯାତ୍ରୀ ୩ ଜୁଲାଇ ଗୁରୁବାର ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ବାହାରିବେ। ତେବେ ଆତଙ୍କବାଦୀଙ୍କ କାଣ୍ଡ ପରେ ତୀର୍ଥ ଯାତ୍ରୀ ଭୟଭୀତ କି ବୋଲି ପଚରା ଯିବାରେ ବାବା ଅମରନାଥଙ୍କ ଆଶିର୍ବାଦରୁ ଆମକୁ କୌଣସି ଡର ନାହିଁ ବୋଲି ଅନେକ ଶ୍ରଦ୍ଧାଳୁ କହିଛନ୍ତି। 


ଜମ୍ମୁ-କାଶ୍ମୀର ବିଜେପି ନେତା ରବିନ୍ଦର ରୈନା ବୁଧବାର ପହଲଗାମ ବେସ୍ କ୍ୟାମ୍ପରେ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କୁ ନିବେଦନ ସେମାନେ ଯାତ୍ରାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ନିଡର ହୋଇ ଅମରନାଥ ଯାତ୍ରା କରନ୍ତୁ। କାଶ୍ମୀରର ଜନତା ଆପଣମାନଙ୍କ ସହିତ ଅଛନ୍ତି। ସେପଟେ ଅମରନାଥ ଯାତ୍ରୀଙ୍କ ଦ୍ୱିତୀୟ ଦଳ ବୁଧବାର ବାଲଟାଲ ବେସ୍ କ୍ୟାମ୍ପରେ ପହଞ୍ଚିଛନ୍ତି। ଏଠାରେ ଜମ୍ମୁ-କାଶ୍ମୀର ୱକଫ ବୋର୍ଡ ଅଧ୍ୟକ୍ଷ ଦରଖସାଂ ଆନ୍ଦ୍ରାବୀ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିଛନ୍ତି। 


ଏଥର ଅମରନାଥ ଯାତ୍ରା ପାଇଁ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ପହଲଗାମ ଓ ବାଲଟାଲ ମାର୍ଗରେ ସିଆରପିଏଫ, ଆଇଟିବିପି ଓ ଜମ୍ମୁ-କାଶ୍ମୀର ପୋଲିସ ମୁତୟନ ଅଛନ୍ତି। ଏହା ଛଡା ମେଡିକାଲ ସୁବିଧା, ଲଙ୍ଗର ଓ ଟେଣ୍ଟର ସୁଚାରୁ ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ଥାନୀୟ ଲୋକେ ମଧ୍ୟ ଲଙ୍ଗର ଓ ସହାୟତା ଶିବିର ଚଳାଇ ଶ୍ରଦ୍ଧାଳୁଙ୍କ ସହାୟତା କରୁଛନ୍ତି। ଅମରନାଥ ଯାତ୍ରା ୨୦୨୫ ନା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ବରଂ ଆତଙ୍କ ବିରୋଧରେ ଭାରତର ଏକଜୁଟତା ଓ ସାହାସକୁ ମଧ୍ୟ ଦର୍ଶାଉଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.