ଦୋଳମୁଣ୍ଡାଇ ଛକରେ ଥିବା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଅନେକ ସାମଗ୍ରୀ ପୋଡ଼ି ପାଉଁଶ

Published By : Prameya-News7 Bureau | April 23, 2025 IST

କଟକ ୨୩।୦୪ : କଟକ ଦୋଳମୁଣ୍ଡାଇ ଛକରେ ଅଗ୍ନିକାଣ୍ଡ । ଛକରେ ଥିବା ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ଦୋକାନରେ ଥିବା ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । 

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୧.୩୦ ସମୟରେ ନିଆଁ ଲାଗିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲେ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି। ଦୋକାନଟି ବନ୍ଦ ହେବା ପରେ ନିଆଁ ଲାଗି ଥିବା ଅନୁମାନ କରାଯାଉଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.