ପଞ୍ଚସଖା ନଗରରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାରେ ଅଗ୍ନିଶମ ବାହିନୀ ନିୟୋଜିତ

Published By : Prameya-News7 Bureau | June 10, 2025 IST

ଭୁବନେଶ୍ୱର ୧୦।୦୬ : ରାଜଧାନୀରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ଘର ନିଆଁ ଲାଗିଛି । ଯାହାପରେ ତମାଣ୍ଡୋରୁ ଏକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି । 

ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ଘରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଯାହାପରେ ଘର ଲୋକ ତୁରନ୍ତ ଅଗ୍ନିଶମ ବାହିନୀ ଓ ଖଣ୍ଡଗିରି ଥାନାକୁ ଖବର ଦେଇଥିଲେ । ଖବର ପାଇ ତମାଣ୍ଡୋରୁ ଅଗ୍ନିଶମ ବାହିନୀର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରଖିଛି । ଗୋଟିଏ ପଟେ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟପଟେ ଏବେ ଯାଏଁ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନାହିଁ । ପୋଲିସ ଏବଂ ଅଗ୍ନିଶମ ବାହିନୀର ତଦନ୍ତ ପରେ ହିଁ ନିଆଁ ଲିଭାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.