ଗ୍ୟାସ୍ ଟାଙ୍କି ଲିକ୍ ହୋଇ ଅଗ୍ନିକାଣ୍ଡ : ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

Published By : Prameya-News7 Bureau | May 25, 2025 IST

ଭଦ୍ରକ ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୬ ବଖରା ଘର ସହ ଗୋଟିଏ ଗୁହାଳ ଘର, ଗୋଟିଏ ମୋଟର ସାଇକେଲ । ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମର ସାହୁସାହିରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ସାହୁସାହିରେ ବିଳମ୍ବିତ ରାତିରେ  ହଠାତ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇଥିଲା । ଘରେ ଲୋକମାନେ ଥିବା ବେଳେ ଘର ହୁତୁ ହୁତୁ ହୋଇ ଜଳି ଉଠିଥିଲା । ଫଳରେ ୬ ବଖରା ଘର ଜଳି ଉଠିଥିଲା । ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ ଘରେ ଥିବା ସମସ୍ତ ଆସବାବପତ୍ର, ଘରକରଣା ଜିନିଷ, ଗୋଟିଏ ମୋଟର ସାଇକେଲ ଓ ପୋଷାକ ପତ୍ର ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳେକୁ ସବୁ ପୋଡି ପାଉଁଶ ହୋଇସାରିଥିଲା ।

You Can Read: 

ହୁତୁ ହୁତୁ ହୋଇ ଜଳିଗଲା ଗଦି ଫ୍ୟାକ୍ଟ୍ରି, ନିଆଁ ଲିଭାଇବାରେ ନିୟୋଜିତ ହେଲା ରୋବୋଟ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.