ମେଡିସିନ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | January 29, 2025 IST

ଭୁବନେଶ୍ୱର ୨୯।୦୧ : ମେଡିସିନ୍‌ ଗୋଦାମରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ରୁଦ୍ରପୁର ସ୍ଥିତ ମେଡିସିନ ଗୋଦାମରେ ଘଟିଛି ଅଗ୍ନିକାଣ୍ଡ । ଯେଉଁଥିରେ ଲକ୍ଷାଧିକ ଟଙ୍କାର ମେଡିସିନ ପୋଡି ପାଉଁଶ ହୋଇଯାଇଛି । 

ଖବର ଅନୁଯାୟୀ, ଭୁବନେଶ୍ୱର ରୁଦ୍ରପୁର ସିମ୍ଫୋନୀ ମଲ୍‌ ନିକଟରେ ଏକ ମେଡିସିନ୍‌ ଗୋଦାମ ରହିଛି । ବୁଧବାର ଦିନ ସକାଳ ସମୟରେ ମେଡିସିନ କମ୍ପାନୀରୁ ହଠାତ୍‌ ଧୁଆଁ ବାହାରୁଥିବାର କର୍ମଚାରୀ ଏବଂ ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଅଗ୍ନିଶମ ବାହିନୀ ପକ୍ଷରୁ ତିନୋଟି ଗାଡି ନିୟୋଜିତ କରାଯାଇଛି। ସମସ୍ତ କର୍ମଚାରୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.