ଶୀଘ୍ର ସିନିୟର ଟିମରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ ! BCCI ଲଗାଇପାରେ ସଚିନଙ୍କ ସମୟର ନିୟମ

NEWS7
fir-lodged-against-vishal-das-along-with-12-people-in-chhattisgarh

ନୂଆଦିଲ୍ଲୀ, ୨୬/୧୨: ଭାରତୀୟ କ୍ରିକେଟରେ ଅନନ୍ୟ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ । କମ୍ ବୟସରେ ଅନେକ ରେକର୍ଡ । ବଡ ବଡ ବୋଲରଙ୍କୁ ସେ କରୁ ନାହାଁନ୍ତି ଖାତିର । ଆଇପିଏଲରୁ ଆରମ୍ଭ କରି ଏସିଆ କପ୍ ଏବଂ ଘରୋଇ ଟୁର୍ଣ୍ଣାମେଣ୍ଟରେ ତାଙ୍କ ଜଲଓ୍ୱା ଦେଖୁଛନ୍ତି କ୍ରିକେଟପ୍ରେମୀ । ଅନ୍ତର୍ଜାତୀୟ ଫର୍ମାଟରେ ତାଙ୍କୁ ସାମିଲ କରିବା ପାଇଁ ଦାବି ହେଉଛି । ତେବେ ଆଇସିସିର ନିୟମ କାରଣରୁ ସିନିୟର ଟିମରେ ସେ ଖେଳୁ ନାହାଁନ୍ତି । ତେବେ ତାଙ୍କୁ ସିନିୟର ଟିମରେ ସାମିଲ କରିବାକୁ କହିଛନ୍ତି ପୂର୍ବତନ ଖେଳାଳି କ୍ରିଷ୍ଣାମୋଚାରୀ ଶ୍ରୀକାନ୍ତ।

ଶ୍ରୀକାନ୍ତ କହିଛନ୍ତି ଯେ, ବୈଭବ ଖୁବ୍ ଶୀଘ୍ର ଦଳରେ ସାମିଲ ହେବା ଜରୁରୀ । ଯେପରି ସଚିନ ତେନ୍ଦୁଲକରଙ୍କୁ ଦଳରେ ସାମିଲ କରାଯାଇଥିଲା ବୈଭବଙ୍କୁ ସେପରି ସୁଯୋଗ ମିଳିବା ଦରକାର । ବୟସ ତୁଳନାରେ ତାଙ୍କ ପାଖରେ ଅଧିକ ପ୍ରତିଭା ରହିଛି । ଚାପରେ ସେ ଭଲ ପ୍ରଦର୍ଶନ କରୁଛନ୍ତି ।

ଶ୍ରୀକାନ୍ତ ଆହୁରି କହିଛନ୍ତି ଯେ, ସେ ବୈଭବଙ୍କ ବ୍ୟାଟିଂରେ ଖୁବ୍ ପ୍ରଭାବିତ ହୋଇଛନ୍ତି । ଆଇପିଏଲଠୁ ଆରମ୍ଭ କରି ଘରୋଇ ଫର୍ମାଟରେ ସେ ବଡ ସ୍କୋର କରିବାରେ ମାହିର । ଚୟନକର୍ତ୍ତା ଏକ ସାହସିକ ନିଷ୍ପତ୍ତି ନେବା ଆବଶ୍ୟକ । ସଚିନଙ୍କ କ୍ଷେତ୍ରରେ ଏହା ହୋଇଥିଲା । ସେ ମଧ୍ୟ କମ୍ ବୟସରେ କ୍ରିକେଟ୍ କ୍ୟାରିଅର ଆରମ୍ଭ କରିଥିଲେ । ସବୁ ମୁକାବିଲାରେ ବୋଲରଙ୍କ ନିଦ ହଜିଯାଉଛି । ବୈଭବଙ୍କ ବ୍ୟାଟ୍ ଚାଲିଲେ ବୋଲିଂ କରିବାକୁ ବୋଲର ଡରୁଛନ୍ତି । ପୂର୍ବରୁ ବୈଭବଙ୍କୁ ଟି୨୦ ବିଶ୍ୱକପ୍ ଟିମରେ ସାମିଲ କରିବାକୁ ଦାବି ସେ ଦାବି କରୁଥିଲେ । ଏବେ କିନ୍ତୁ ଦଳ ଚୟନ ସରିଛି । କିନ୍ତୁ ଶୀଘ୍ର ଅନ୍ୟ ସିରିଜରେ ତାଙ୍କ ସାମିଲ କରିବାକୁ ଶ୍ରୀକାନ୍ତ ବିସିସିଆଇକୁ କହିଛନ୍ତି ।

ବଡ ରେକର୍ଡ ପରେ ଚର୍ଚ୍ଚା

ନିକଟରେ ବୈଭବ ସମସ୍ତଙ୍କ ନଜରରେ ରହିଥିଲେ । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଶତକ ଲଗାଇଥିବା ସବୁଠୁ ଯୁବ ବ୍ୟାଟର ହୋଇପାରିଛନ୍ତି । ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ସେ ୮୪ ବଲରୁ ୧୯୦ ରନ୍ କରିଥିଲେ । ଏଥିରେ ୧୫ଟି ଛକା ସାମିଲ ଥିଲା । ସେ ମାତ୍ର ୩୬ ବଲରୁ ଶତକ ପୂରଣ କରିଥିଲେ । ନିଜ ବ୍ୟାଟିଂରେ ସମସ୍ତ ବୋଲରଙ୍କ ନିଦ ହଜାଇ ଦେଇଥିଲେ ।