ବଢିଲା ଅଡୁଆ, ଧର୍ମଶାଳା ବିଧାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା

Published By : Prameya-News7 Bureau | July 31, 2025 IST

ଚଣ୍ଡିଖୋଲ ୩୧।୦୭ : ଅଡୁଆରେ ଧର୍ମଶାଳା ବିଧାୟକ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନାଁର ଥାନାରେ ଏତଲା ଦିଆଯାଇଛି । ବିଧାୟକଙ୍କ ନାଁରେ ଅଭିଯୋଗ ଆଣିଚନ୍ତି ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀଙ୍କ ପତ୍ନୀ । ଯାଜପୁର ଜିଲ୍ଲା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ, ଜେନାପୁର ଥାନା ଅଧୀନ ରାହାଡପୁର ପାହାଡରେ ଏକ ସୈରାତ ତାଙ୍କ ସ୍ଵାମୀ ସିକନ୍ଦର ଅଲ୍ଲୀ  ଜଣେ ଖଣି ଲିଜଧାରୀଙ୍କଠୁ ଏଗ୍ରିମେଣ୍ଟରେ ଆଣିଛନ୍ତି। ସଂପୃକ୍ତ ଖଣି ଚଳାଇବା ପାଇଁ ଧର୍ମଶାଳା ବିଧାୟକ ତାଙ୍କୁ ଧମକ ଦେବା ସହ ଟଙ୍କା ମଧ୍ୟ ମାଗିଛନ୍ତି । ଯାହାକୁ ନେଇ ସିକନ୍ଦର ପୂର୍ବରୁ ଯାଜପୁର SP, ଜିଲ୍ଲାପାଳ, ଜିଲ୍ଲା ଖଣି ଅଧିକାରୀଙ୍କୁ ଜଣାଇ ଥିଲେ। 

ଏପିରିକି ଗତ ୧୮ ତାରିଖରେ ରାହାଡପୁର ନିଜ ଖଣି ଅଞ୍ଚଳକୁ ଯାଇଥିବା ସମୟରେ କିଛି ଲୋକ ତାଙ୍କୁ ଜବରଦସ୍ତ ଅଟକାଇବା ସହ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ। ଏହାର କିଛି ଘଣ୍ଟା ପରେ ସିକନ୍ଦରଙ୍କୁ ଜେନାପୁର ପୋଲିସ ସେଠାରୁ ଉଦ୍ଧାର କରିଥିଲା। ଏ ନେଇ ନିଜ ସ୍ବାମୀଙ୍କୁ ଖୋଜିବାକୁ ଯାଇ ଧର୍ମଶାଳା ବିଧାୟକଙ୍କୁ ସିକନ୍ଦରଙ୍କ ପତ୍ନୀ (ଡିଲଜୋଇ ଆଲାମ) ଭେଟିଥିଲେ। ବିଧାୟକ ତାଙ୍କୁ ଜାତି ଆଣ ଆକ୍ଷେପ କରି ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାସହ ଧମକ ଚମକ ଦେଇଥିବା ସିକନ୍ଦରଙ୍କ ପତ୍ନୀ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ସହ ଅନ୍ୟ ଲୋକଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ,ଡିଜିପିଙ୍କୁ ମଧ୍ୟ ଅଭିଯୋଗ ଜଣାଇଛନ୍ତି । ପୂର୍ବରୁ ସ୍ବାମୀ ସିକନ୍ଦର ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜେନାପୁର ପୋଲିସ ଘଟଣାର ଅଧିକ ଆରମ୍ଭ କରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.