ମୁମ୍ବାଇ: ଶିକ୍ଷୟିତ୍ରୀଙ୍କୁ ୪୦ ବର୍ଷ। ଛାତ୍ରଙ୍କୁ ୧୬ ବର୍ଷ। ପଞ୍ଚତାରକା ହୋଟେଲ ନେଇ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶିକ୍ଷୟିତ୍ରୀ। ମୁମ୍ବାଇର ଏକ ପ୍ରତିଷ୍ଠିତ ସ୍କୁଲରୁ ଆସିଥିଲା ଏଭଳି ଚାଞ୍ଚଲ୍ୟକର ଘଟଣା। ନାବାଳିକା ଛାତ୍ରଙ୍କୁ ବାରମ୍ବାର ଯୌନ ଶୋଷଣ କରିବା ଅଭିଯୋଗରେ ଗିରଫ ହୋଇଥିଲେ ଶିକ୍ଷୟିତ୍ରୀ। ମହିଳାଙ୍କ ବିରୋଧରେ POCSO ଅଧୀନରେ ମାମଲା ରୁଜୁ କରାଯାଇଥିଲା। ତେବେ ଗିରଫ ହେବାର ୨୦ ଦିନ ପରେ ତାଙ୍କୁ ଜାମିନ ମିଳିଛି। କୋର୍ଟ କହିଛନ୍ତି ଯେ ପୁଅଟି ୧୬ ବର୍ଷରୁ ଅଧିକ ବୟସର ଥିଲା। ପ୍ରମାଣ ଦର୍ଶାଉଛି ଯେ ଉଭୟଙ୍କ ମଧ୍ୟରେ "ସହମତିରେ ସମ୍ପର୍କ" ଥିଲା।
ପୁଲିସ ଅନୁଯାୟୀ, ଶିକ୍ଷକ ଡିସେମ୍ବର ୨୦୨୩ରେ ସ୍କୁଲର ବାର୍ଷିକ ସମାରୋହ ସମୟରେ ଛାତ୍ରଙ୍କୁ ଭେଟିଥିଲେ। ଏହା ପରେ, ଜାନୁଆରୀ ୨୦୨୪ରେ ସେ ପ୍ରଥମ ଥର ପାଇଁ ଛାତ୍ରୀଙ୍କ ସହିତ ଅଶ୍ଲିଳ ବ୍ୟବହାର କରିବା ଆରମ୍ଭ କରିଥିଲେ। ଶିକ୍ଷୟିତ୍ରୀଙ୍କ ଜଣେ ବନ୍ଧୁ ମଧ୍ୟ ଛାତ୍ରଙ୍କୁ ଏହି ଅବୈଧ ସମ୍ପର୍କ ରଖିବାକୁ ଉସୁକାଇଥିଲେ। ଏହି ବନ୍ଧୁଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ବିବାହିତ ଇଂରାଜୀ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ବିଳାସପୂର୍ଣ୍ଣ ହୋଟେଲକୁ ନେଇ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି।
ଏତଲା ଅନୁସାରେ ଛାତ୍ରଙ୍କୁ ଦାମୀ ହୋଟେଲକୁ ନେଇଯାଉଥିଲେ ଶିକ୍ଷୟିତ୍ରୀ। ସେଠାରେ ତାଙ୍କୁ ଯୌନ ଶୋଷଣ କରୁଥିଲେ। ଅନେକ ଥର ସେ ଛାତ୍ରଙ୍କୁ ପାଇଁ ମଦରେ ନିଶା ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ଏଥିପାଇଁ ଛାତ୍ର ଜଣକ ଡିପ୍ରେସନକୁ ଚାଲିଯାଇଥିଲେ। ଛାତ୍ରଟିର ଆଚରଣରେ ପରିବର୍ତ୍ତନ ଦେଖିବା ପରେ ତାଙ୍କ ପରିବାର ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ପ୍ରଥମେ ସେମାନେ ଏହାକୁ ଅଣଦେଖା କରି ଭାବିଥିଲେ ଯେ ସ୍କୁଲ ସରିବା ପରେ ମାମଲା ଶେଷ ହୋଇଯିବ।
କିନ୍ତୁ ଯେତେବେଳେ ଛାତ୍ରଟି ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରି ସ୍କୁଲ ଛାଡିଥିଲା, ଶିକ୍ଷୟିତ୍ରୀ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ସେ ସେମାନଙ୍କ ଘରୋଇ ସହାୟକଙ୍କ ମାଧ୍ୟମରେ ଛାତ୍ରଟିକୁ ମେସେଜ୍ ପଠାଇଥିଲେ, ଯାହା ପରେ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଶିକ୍ଷୟିତ୍ରୀଙ୍କ ବିରୋଧରେ POCSO ଆଇନ ଏବଂ କିଶୋର ନ୍ୟାୟ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଗିରଫ ହେବାର ୨୦ ଦିନ ପରେ ତାଙ୍କୁ ଜାମିନ ମିଳିଛି।