ନୂଆଦିଲ୍ଲୀ ୦୩।୦୭; ଉତ୍ତର ପ୍ରଦେଶର ହାପୁରରେ ସଡ଼କ ଦୁର୍ଘଟଣା । ବୁଲନ୍ଦସହର-ହାପୁର ରୋଡ୍ ହାଇୱେରେ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଚାଲିଗଲା ୫ ଜଣଙ୍କ ଜୀବନ। ଘଟଣା ପରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ବୁଧବାର ରାତି ସାଢ଼େ ୧୦ଟାରେ ହାପୁରର ହାଫିଜ୍ପୁର ଅଞ୍ଚଳର ପାଦବ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ମୃତକମାନେ ଗୋଟିଏ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ। ଭୁଲ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ରେ ବସିଥିବା ଚାରି ପିଲାଙ୍କ ସମେତ ସମସ୍ତ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରୁ ଟ୍ରକ୍ର ଡ୍ରାଇଭର ଫେରାର୍ ହୋଇଯାଇଥିଲା। ଦୁର୍ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି।